ମକର ଆସିଲା

0
1115
views

ମକର ଆସୁଛି ବକ୍ର ହେବ ଦିନ
ମକର ଚାଉଳ ମିଳିବ ପୁଣି
ଖଜାଖୁସି ସଂଗେ କୋରା ଛେନା ମୁଣ୍ଡା
ଅଦା ନଡ଼ିଆର ସୁଆଦ ଆଣି (୧)

ଆମ୍ବବଉଳର ବାସନା ଆସୁଛି
ବସନ୍ତ ଋତୁର ନେଇ ସମ୍ଭାର
ସରସ୍ୱତୀଙ୍କର ଆଗମନ ଜାଣି
ଆମ୍ବ, ଶିମ୍ବ, କୋଳି ଛୁଇଁ ବେଭାର (୨)

ଏଇ ମାସେ ପୁଣି ଚକୁଳିଆ ପଣ୍ଡା
ଦାଣ୍ଡେ ଡ଼ାକୁଛନ୍ତି ମା-ମାଉସୀ
ମାଘ ମାସ ପରା ପୁଣ୍ୟମାସ ଏକ
ଦାନ ଦେଲେ ପୁଣି ହେବେ ସେ ଖୁସି (୩)

ନାତି ଟୋକା ଯାଇ କଅଁଳ ଖରାରେ
ଗୁଡ଼ି ଉଡାଉଛି ଆକାଶ ଚାହିଁ
ଜେଜେ ବାପା ତା’ର ହାଉଳି ଖାଇଲେ
କାହିଁଗଲା ଧରି ଗୁଡ଼ି ନଟେଇ (୪)

ଯାଉଛି ଯାଉସେ ସଭିଏଁ ଉଡ଼ାନ୍ତି
ଗୁଡ଼ି ଉଡାଇବ ମାଞ୍ଜା ଭିଡ଼େଇ
ଓଡ଼ିଆ ଜାତିର ଗର୍ବ ଗଉରବ
ନୀଳ ଆକାଶର ଗୁଡ଼ି ଲଢେଇ (୫)

ସଞ୍ଜ ନଇଁଲାଣି ଜେଜେ ବାହାରିଲେ
ଠକ୍ ଠକ୍ କରି ବାଙ୍କୁଲୀ ବାଡ଼ି
ନାତିଟୋକା ତେଣୁ ଡରରେ କହୁଛି
ଜେଜେ-ରାଗ ନାହିଁ-
ଯାଉଛି ଧରି ମୁଁ ନଟେଇ – ଗୁଡ଼ି

ଶ୍ରୀମତୀ ଉଷାରାଣୀ ରଥ,
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ

LEAVE A REPLY

Please enter your comment!
Please enter your name here