ଅନ୍ଵେଷଣ

0
ଅନ୍ଵେଷଣ

ପ୍ରଜ୍ଞା ପାରମିତା ମହାନ୍ତି
ମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,
ପୁରୀ, ଓଡିଶା

କେଉଁ ଏକ ଗୁପ୍ତଧନର ସନ୍ଧାନରେ ମାଡିଚାଲିଛି ସେ |
ଲଙ୍ଘିଛି ସେ ସୁଖ ବର୍ତ୍ତମାନ |
ଭୁଲିଛି ସେ ପ୍ରିୟ-ପରିଜନ |
ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ଵଜନ |

ସ୍ଵପ୍ନ ସବୁ ତାର ସୀମାହୀନ |
ଯୋଜନା-କାର୍ଯକାରିତା ଅକାରଣ |
ନାହିଁ ସେଠି ବୃଥା ଆସ୍ଫାଳନ |
ସମସ୍ୟା ବା ତଦଜଡିତ ସମାଧାନ |

କିନ୍ତୁ, ଅଛି ଏକ ସର୍ତ୍ତହୀନ ଇସ୍ତାହାର ପ୍ରଦର୍ଶନ |
ସେଥିପାଇଁ ସରୁପଛେ ଏଇ ତମାମ ଜୀବନ |
ଭୋଗୁ ସ୍ଵର୍ଗସୁଖ ଅବା ନିର୍ବାସନ |
ଅଥଚ, ସରିବନି ତାର ଏଇ ଅନ୍ଵେଷଣ |