ଶିଳାଦିତ୍ୟର ଶିଳାଲିପି

0
Siladitya Inscriptions

ପ୍ରଜ୍ଞା ପାରମିତା ମହାନ୍ତି
ମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,
ପୁରୀ, ଓଡିଶା

ଏକ ଅନ୍ଵେଷଣର ଅଭିଯାନେ ବାହାରିଥିଲି ମୁଁ
ଇତିହାସର ପର୍ଯ୍ୟାୟରୁ କାଢିବା ପାଇଁ ନିର୍ଯ୍ୟାସ |
କାରକ- କ୍ରିୟାଶୀଳରୁ କ୍ରିୟାହୀନ, ଜୀବରୁ ଜୀବାଶ୍ମ |

ସଙ୍ଗୃହୀତ ଥିଲା ଯହିଁ ଅନେକ ମୂଲ୍ୟବାନ ଦ୍ରବ୍ୟ,
ରମ୍ୟ, କ୍ଷୁଦ୍ର, ବିଶାଳ ଆଉ ଭବ୍ୟ |

ପରଖିଲି ବସ୍ତୁସବୁ ସ୍ପର୍ଶପ୍ରାୟ; ଆକଳିଲି ମୂଲ୍ୟ ଯାହା
ପୁନରୁଦ୍ଧାରରୁ ପୁନଃପ୍ରକାଶ ଯାଏ,
ପ୍ରସବରୁ-ପ୍ରଚାରପ୍ରସାର ପ୍ରାୟେ |

ପ୍ରକାର- ବିରଳରୁ ବହୁଳ, କେବଳରୁ ପ୍ରବଳ |
ବିମର୍ଷରୁ ବିକାଶ, ବିଷୟରୁ ବିସ୍ମୟ |

ଲୋଡା ଯାହା ଉନ୍ମୋଚନ ବା ପରିପ୍ରକାଶ,
ଆବିଷ୍କାରମୁଖୀ ସମ୍ଭାବନାର ପର୍ଯ୍ୟାୟକ୍ରମ
ଏକ ଅନାହତ ଉପଲବ୍ଧି କ୍ରିୟାସମ |

ଐତିହାସିକ ବା ପ୍ରତ୍ନତତ୍ତ୍ଵବିଦଙ୍କ ମତରେ ଯାହା (ବୋଧ ହୁଏ),
“ଶିଳାଦିତ୍ୟର ଶିଳାଲିପି”,
ବ୍ରାହ୍ମୀ-ପ୍ରାକୃତ-ମାଗଧ…… ବା ଅନ୍ୟରୂପୀ
ଭାଷା ମଧ୍ୟେ କି ସଙ୍କେତ ଅଛି ଛପି ?
ବୋଧ୍ୟ, ଦୁର୍ବୋଧ ପୁନଶ୍ଚ-ତଥାପି |