ପ୍ରଜ୍ଞା ପାରମିତା ମହାନ୍ତି
ମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,
ପୁରୀ, ଓଡିଶ

କିଛି ହରେଇବାର ଯନ୍ତ୍ରଣା
ତ କିଛି ପାଇବାର କାମନା
ମୋ ପାଇଁ ଦୁଇଟା ଯାକର ମାନେ ଏକା ତ !
ଯାହା କିଛି ପାଇବାର ଯୋଗ୍ୟ ଥାଏ
ତାହା ହେଇଯାଏ ଅନ୍ୟଦ୍ଵାରା ଅପହୃତ |
ସ୍ଵପ୍ନସବୁ ହେଇଯାଏ ମୋର କ୍ଷତ-ବିକ୍ଷତ |
ତଥାପି ଅବଶିଷ୍ଟ ସ୍ଵପ୍ନକୁ ସାଉଣ୍ଟି ନେଇ
ବଞ୍ଚିବାକୁ ଚାହେଁ ଦୁନିଆରେ ସତ,
ହେଲେ ନିଷ୍ଠୁର ଦୁନିଆ ତାକୁ କରୁଥାଏ ପ୍ରତିହତ |
ଜୀବନସାରା ଚାଲିଥାଏ
ସମୟ ଓ ମୋ ଭିତରେ ସଂଘର୍ଷ ଶତତ,
ଅତୀତରୁ ବର୍ତ୍ତମାନ ଓ ଭବିଷ୍ୟତ,
ଯାହାର ଅନ୍ୟ ନାମ ହିଁ “ସଂଘାତ” |