ଅଶ୍ବିନୀ କୁମାର ରଥ
ଭୁବନେଶ୍ୱର

ଧରା କହେ ଦୂର ଆକାଶକୁ ଚାହିଁ
ଜଳୁଛି ଯେ ଦୀପଭଳି ମୁହିଁ |

ଜାଣେନା ମୁଁ ଆଉ କେତେ କ୍ଷଣ
ଲିଭି ଯିବି ଛାଡି ଧୀରେ ଏ ପଣ |

କାହିଁ ଦୂରେ ଶୁକ୍ର ଓ ବୁଧ ମେଳେ
ଅବା ମଙ୍ଗଳ ଗୁରୁ ଅଉ ଶନି ତଳେ |

ମିଟି ମିଟି ଛୋଟ ଗୋଟି ତାରାଟିଏ ଦେଖି
ବିଶାଳ ବୁକୁରେ ମିଶିଯିବ ଏ ମନ ଆଉ ଆଖି |

ଆଉ ଦିଶୁନି ଚିତ୍ର ଯେ ଚନ୍ଦ୍ରମାରେ ମୋର
ହଟିଯାଉଚି ମନୁ ଆଜି ତା’ର ସେ ସ୍ୱର |

ଲାଗିଯାଏ ପାଦ ମୋର ଭରେ ଯେ ବିଶାଦ
ସ୍ୱପନ ବିଭୋରେ ମୁଁ ଯେ ଗଣୁଚି ପ୍ରମାଦ |

ସୁରଭି ବିଛାଇ ମୁଁ ହୃଦମନ ଦେଇ
ଶେଷକ୍ଷଣର ବିଳାପ ଧରି କରେ ଯେ ଆଳାପ |

ଜଳୁଚି ଯେ ଆଜି ଦୀପଭଳି ମୁହିଁ
ଲିଭିଯିବି ମୁଁ ସେ ଆକାଶକୁ ଚାହିଁ |