ହିରଣ୍ମୟ ବାରିକ୍
ସିମୁଳିଆ, ବାଲେଶ୍ବର

ସର୍ବଶକ୍ତିମାନ ଗଢ଼ଇ ପ୍ରକୃତି          କରି କିଞ୍ଚିତ୍ ଉପଯୋଗେ
ଏକଂଶ ମାନବ, ନାମିତ ପୃଥିବୀ          ଦେଇ ସ୍ଵବୁଦ୍ଧି ପ୍ରୟୋଗେ ।।

ସୃଷ୍ଟିର ଆରମ୍ଭେ ଥିଲେ ଏକ ଏକ          ପରସ୍ପର ଥାଏ ଅତୁଟ ସମ୍ପର୍କ
ଜୀବମଣ୍ଡଳ କୁ କହିଥାଏ ସଦା          ହୁଅ ପ୍ରାକୃତିକ, କୃତିମ ଅଟଇ ନର୍କ ।।

ସରଳ ସୁଶୀଳ ଜୀବନ          ଥିଲା ସନ୍ତୁଳିତ ପୃଥିବୀ
କର୍ମଠ ଥାଏ ପ୍ରତି ଏକ          ସଦା ଉଲ୍ଲସିତ ପ୍ରକୃତି ।।

ଆଧୁନିକତାରେ ସଭିଏଁ ମଜଇ          ସ୍ଵାର୍ଥିର ରୂପ ନେଲେ ସମ୍ପୂର୍ଣ୍ଣ
ଆବଶ୍ୟକତା ଠୁ ଅଧିକ କରଇ          ପ୍ରକୃତି ହୋଇଗଲା ସନ୍ତୁଳନହୀନ ।।

ଆସିଛି ମହାମାରୀ ଭୁତାଣୁ          କରିଛି ସମସ୍ତଙ୍କୁ ଗ୍ରାସ
ବେଳୁ ହୁସିଆର ନହେଲେ          କରିବ ପ୍ରାଣୀଜଗତର ନାଶ ।।

(ହେଲେ ପ୍ରକୃତି ହସୁଛି)
ଆକାଶମାର୍ଗ ଆଜି ଅଛି ସ୍ଥଗିତ          ଉଡାଜାହାଜ, କ୍ଷେପଣାସ୍ତ୍ରର ନାହିଁ ପ୍ରଭାବ
ନିର୍ମଳ ଗଗନ ହର୍ଷମୁଖରିତ          ଦେଖାଇ ସଭିଙ୍କୁ ଉଦାର ସ୍ଵଭାବ ।।

(ହେଲେ ପ୍ରକୃତି ହସୁଛି)
କଳକାରଖାନା ତାଲା ପଡିଛି          ଜୀବ ମୁତାବକେ ହ୍ରାସପୂର୍ଣ୍ଣ ଉତ୍ପାଦନ
ସ୍ୱଶରୀରେ ଆଜି ବିଶୁଦ୍ଧ ହୋଇ          ବାୟୁମଣ୍ଡଳ ହୋଇଛି ପ୍ରଦୂୂଷଣବିହୀନ ।।

(ହେଲେ ହସୁଛି ପ୍ରକୃତି)
ତରୁଲତା ପୁଣି ସହୃଦେ ଖେଳୁଛି          ରଙ୍ଗିଛି ସବୁଜ ରଙ୍ଗରେ
ପବନର ତାଳରେ ଲୟରେ          ନୃତ୍ୟ କରୁଛି ନୂଆ ଢଙ୍ଗରେ ।।

(ହେଲେ ହସୁଛି ପ୍ରକୃତି)
ବସୁଧାର ଭାର ହାଲୁକା ଆଜି          ଜାଗିଛି ଆଶା ଅସୁମାରୀ
ନଦୀ ସାଗର ଜଳ ସ୍ୱଚ୍ଛ ସାଜି          ପ୍ରକୃତି ଅଛି ସଦାଚାରୀ ।।

(ହେଲେ ହସୁଛି ପ୍ରକୃତି)
ମଳୟର ଧ୍ଵନି ଗୀତ ପରି          ଗତି ର ନାହିଁ ବିରାମଚିହ୍ନ
କେତେବେଳେ ଅତି ଧାବମାନ ସେ ଯେ          ସର୍ପପରି କରୁଛି ଭୟଙ୍କର ଗର୍ଜନ ।।

(ହେଲେ ହସୁଛି ପ୍ରକୃତି)
ପ୍ରଯୁକ୍ତିବିଦ୍ୟା ର ନାହିଁ ପ୍ରୟୋଗ          ଖୋଦନ ପକ୍ରିୟା ଆଜି କର୍ମବିମୁଖ
ପାହାଡ଼ ବସୁଧା ସଙ୍ଗେ ଆନନ୍ଦିତ          ଏ ସୁନ୍ଦର ତୃପ୍ତିରେ ଅଛି ଅନନ୍ତ ସୁଖ ।।

(ହେଲେ ହସୁଛି ପ୍ରକୃତି)
ପଶୁପକ୍ଷୀ ଆଦି ମୁକ୍ତ ଆଜି          ନାହିଁ ଶିକୁଳି ର ବନ୍ଧନ
ମାନବ ଲୁପ୍ତ ଓ ସେମାନେ ସଶକ୍ତ          ଖେଳ ପ୍ରକୃତିର ସ୍ପନ୍ଦନ ।।

(ହେଲେ ହସୁଛି ପ୍ରକୃତି)
ପ୍ରତି ଏକ ଅଂଶ ହସରେ ଖେଳରେ          ଦେଖାଇ କର୍ମଭୂମି ନାଟକ ଆକୃତି
ପ୍ରଭାବ ପକାଇ ଜୀବସମାଜ କର୍ମରେ          ସାଜିଛି ମୁଖ୍ୟ ନିର୍ଦେଶକ ପ୍ରକୃତି ।।

(ହେଲେ ହସୁଛି ପ୍ରକୃତି)
ଆସୁଛି ଆସିବ ଭିନ୍ନ ମହାମାରୀ          ମୁହୂର୍ତ୍ତେ କରିପାରେ ସଂସାରକୁ ବିଧ୍ଵଂସ
ଗୁରୁତ୍ୱପୂର୍ଣ୍ଣ ଅଟେ ଏକମାତ୍ର ଚାରା          କରି କର୍ତ୍ତବ୍ୟ ଓ ରଖି ସର୍ଵଜ୍ଞାତାରେ ବିଶ୍ୱାସ ।।

ପ୍ରାକୃତିକତା ରେ ଛାପ ପଦଚିହ୍ନ          କୃତିମତା ହୋଇଥାଏ ସଦା ମୂଲ୍ୟହୀନ
ପଞ୍ଚଭୂତରେ ଯେ ଏ ଶରୀର ଗଢା          ପ୍ରକୃତିର ମିଶି ତତ୍ସଙ୍ଗେ ହୁଅ ଲୀନ ।।