ପ୍ରଜ୍ଞା ପାରମିତା ମହାନ୍ତି
ମାର୍ଫତ-ଶରତ ଚନ୍ଦ୍ର ମହାନ୍ତି,
ପୁରୀ, ଓଡିଶା

ଏକ ଅବଚେତନ ମନ, ଏକ ଖିଆଲି ଢଙ୍ଗ,
ଏକ ଉଛୁଳା ବୟସର ଉତ୍ତାଳ ତରଙ୍ଗ |
ତରଙ୍ଗାୟିତ ସମଗ୍ର ମନ-ମସ୍ତିଷ୍କ-ଅଙ୍ଗ |

ଏକ ଉଦଭ୍ରାନ୍ତ ଭାବନା ଓ ଭ୍ରାନ୍ତି,
ଭ୍ରାନ୍ତିରୁ କ୍ଳାନ୍ତି….କ୍ଳାନ୍ତିରୁ ଆସକ୍ତି
ଆସକ୍ତିରୁ ବିରକ୍ତି ଓ ସ୍ଵଗୋତକ୍ତି
ଅଥଚ ନାହିଁ ସେଠି ଶାନ୍ତି |

ଖୋଜୁଛି ସେ, ଅଣ୍ଡାଳି ଚାଲୁଚି ତା’ ଚତୁଃପାର୍ଶ୍ଵକୁ
ଦୃଷ୍ଟି ଫେରାଇ ଚାଲିଛି, ବିସ୍ଫାରିତ ହେଲା ଯାଏଁ ଚକ୍ଷୁ |
ଭାବ; ଭାବରେ ଲାଗିଲାଣି ଡେଣା
ନ ହୋଇ ସେ ବାଟବଣା
ଏଇ ଉଡିଯିବ ପକ୍ଷୀରାଜ ଘୋଡା ପରି-
ସପ୍ତ ମହାଦେଶ, ପଞ୍ଚମହାସାଗର ପାରି
ଖେଦି ପକାଇବ ସାରା ପୃଥିବୀକୁ,
ନ ଥିବ କିଛି ଅପହଞ୍ଚ, ନିଷିଦ୍ଧ ଇଲାକା, ବା ପ୍ରବେଶନିଷେଧାହେବାକୁ |

ସେ ପରା ଅଦୃଷ୍ଟ !
ସେ ଯେ ତା’ ଅଭୀଷ୍ଟ |
ଅଦୂରେ ବୁଲୁଛି ଅଦୃଶ୍ୟ ହୋଇ,
ଏଇ ଅଛି ଆଉ ଏଇ ନାହିଁ |
ତୋଳି ଧରିବାକୁ ଈଛା- ଅଥଚ ଧରିପାରିବି ନାହିଁ |
କାଇଁ ? କ’ଣ ପାଇଁ ?

ତା’ର କ’ଣ ରୂପ, ରଙ୍ଗ, ଗନ୍ଧ ଅଛି କି ?
ତା’ର କ’ଣ ଭାବ, ଭୀତି, ସ୍ଥିତି ଅଛି କି ?

ସେ ପରା ଏକ ଅନୁଭବୀ ସତ୍ତା !
ସେ ପରା ଏକ ନିର୍ଣ୍ଣୟୀ ବାର୍ତ୍ତା !

ଉଠ ! ଏ ପର୍ଯ୍ୟନ୍ତ କ’ଣ ଦେଖୁଅଛୁ ସ୍ଵପ୍ନ |
ଏ ପର୍ଯ୍ୟନ୍ତ କ’ଣ ସେଠି ଅଛୁ ମଗ୍ନ |

ଫେରି ପାଆ ସ୍ଥିତି |
ଫେରି ପାଆ ପ୍ରକୃତି |
ପୁଣି ଏକ ପ୍ରସ୍ତୁତି,
ନେଇ ତା’ର ପ୍ରକୀର୍ତ୍ତି,
ଆସୁଅଛି “ଜାଗୃତି” |