ହିରଣ୍ମୟ ବାରିକ୍
ସିମୁଳିଆ, ବାଲେଶ୍ବର

ବ୍ରହ୍ମାଣ୍ଡ ସ୍ଥିତି ବୈଧତା          ବ୍ରହ୍ମାଙ୍କ ହସ୍ତରେ ପରିଚାଳନ
ଋତୁଚକ୍ର କାଳ ନିୟମତା          ମୁଖ୍ୟତଃ,ସ୍ଵତଃ ସମ୍ଭବ ପରିବର୍ତ୍ତନ ।।(୧)

ବର୍ଷକେ ବାରମାସ ଷଢ଼ଋତୁ          ପ୍ରତି ଆସିଥାନ୍ତି ପର୍ଯ୍ୟାୟକ୍ରମେ
ସର୍ବେ ନିଜ ନିଜ ଅଭିନୟ ସାରି          ସ୍ଵୟଂ ବାହୁଡ଼ନ୍ତି କାଳକ୍ରମେ ।।(୨)

ପହିଲି ଋତୁ ଉଭୟଭାବି ଗ୍ରୀଷ୍ମ          ଧରାପୃଷ୍ଠେ ଅବତୀର୍ଣ୍ଣ ପ୍ରଥମ
ସଭିଏଁ ଙ୍କ ଭଳି କିଛି ବିଶିଷ୍ଟ ଗୁଣ          ନିଜକୁ ଅନ୍ୟଠୁ କରେ ଅନ୍ୟତମ ।।(୩)

ଓଡ଼ିଆ ମାସର କରି ପ୍ରାରମ୍ଭ          ଜଗାବଳିଆ ବୈଶାଖ ଜ୍ୟେଷ୍ଠ
ସମସ୍ତଙ୍କ ମଧ୍ୟେ ନେଇ ନେତୃତ୍ୱ          ବିବେଚିତ ହୁଏ ଭ୍ରାତାଶ୍ରେଷ୍ଠ ।।(୪)

ଇଂରାଜୀରେ ଏପ୍ରିଲ୍ ମାସ          ଉତ୍କଳେ ଥାଏ ଓଡ଼ିଆ ନବବର୍ଷ
ମହାବିଷୁବ ସଂକ୍ରାନ୍ତି ରୂପେ          କରେ ପୁରାତନ ବର୍ଷ ର ଶେଷ ।।(୫)

ଗ୍ରୀଷ୍ମଋତୁ ପ୍ରାକୃତିକ ଚିତ୍ରର ଦୃଶ୍ୟ          ଅତି ମନୋଲୋଭା,ହୃଦୟସ୍ପର୍ଶୀ
ସହରେ କୃତିମ କାରିଗରୀର କାର୍ଯ୍ୟ          ପଲ୍ଲୀ, ମନୋରମା,ପ୍ରତ୍ୟକ୍ଷଦର୍ଶୀ ।।(୬)

ସଂସାର ରଥରେ ସୁଖଦୁଃଖ ଚୁକ୍ତି          ଦୁଇଚକ ଅବସ୍ଥିତି ଯେମିତି
ଗ୍ରୀଷ୍ମର ଲୁଚି ରହିଥାଏ ସେମିତି          ଦିନର ତାତି ଓ ରାତିର ପ୍ରୀତି ।।(୭)

ଖରାତାତି ର ଶକ୍ତ ମାଡ଼          ଜୀବଜଗତକୁ ଅସହ୍ୟ, କଷ୍ଟଦାୟକ
ଏ ଗ୍ରୀଷ୍ମଦିନ ଅଦୃଶ୍ୟ ନାଟକେ          ରୁଦ୍ର ସଜିଥାଏ ମୁଖ୍ୟ ଖଳନାୟକ ।।(୮)

ବିଦାୟୀ ବସନ୍ତେ ପଲ୍ଲବୀ ଗର୍ବିତ          ଗ୍ରୀଷ୍ମ ଆଗମନେ ହୁଏ ନମିତା
ବିବର୍ଣ୍ଣ ପାଦପ ମନେ ବିକ୍ଷିପ୍ତ          ମାନଭି ପ୍ରକୃତି ସଦା ନନ୍ଦିତା ।।(୯)

ରାତ୍ରୀ ସମାପ୍ତି,ପ୍ରତ୍ୟୁଷ ସ୍ଥିତି          ରବି ଶୋଭନା ରଶ୍ମି ଶୋଭିତା
ପଲ୍ଲୀ ନିବାସୀ, ଜିଅନ୍ତି ନୀତି          ସରଳ ଜୀବନଶୈଳୀ ସୁଚିତା ।।(୧୦)

ଆଖାତିଜ୍ ପର୍ବେ ଧର୍ମ ବିଶ୍ୱାସେ          ଆଶା ସୁଖ ସମ୍ପତ୍ତି ଶାଶ୍ଵତ
ତୃତୀୟ ତିଥି ଶୁକ୍ଳପକ୍ଷ ବୈଶାଖେ          ଦାନର ସ୍ଵୀକୃତି, ଜୈନ ସନାତନ ପାଳିତ ।।(୧୧)

ଅସଲି ନାୟକ କୃଷକ, ବିନା ସପନେ          ସଂଘର୍ଷେ ପ୍ରାଣ,ଦେଶପାଇଁ ଜୀବନ
ଅକ୍ଷୟ ତୃତୀୟା ଅବସରେ, ଖେତ ଗମନେ          ସଦିଚ୍ଛା ଫସଲ, କରେ କମଳା ଆବାହନ ।।(୧୨)

ଅସୁର ପ୍ରତିଦ୍ବନ୍ଦୀ ସୁର          ଥାଏ କ୍ରୁର ଅଂଶୁମାନ ଏକ
ଭାରସାମ୍ୟ ଘୋଷର ଚନ୍ଦ୍ର ସାରଥୀ          ଅଗଣିତ ତାରା ରହେ ସୈନିକ ।।(୧୩)

ପୂର୍ବାହ୍ନ ଝାଞ୍ଜିପାବନ ଲହରିମଗ୍ନେ          ଖେଳେ ଶ୍ରୀପର୍ଣ୍ଣ କାନନ
ଅତୀବ କଷ୍ଟସମ୍ପନ ଶରୀରଲଗ୍ନେ          ରୁହେ ବିଷର୍ଣ୍ଣ ବଦନ ।।(୧୪)

ଅରୁଣୋଦୟ ପରବର୍ତ୍ତୀ ଗ୍ରୀଷ୍ମ          ଅସହ୍ୟ ପ୍ରଚଣ୍ଡ ଉତ୍ତାପ
ସନ୍ଧ୍ୟାକାଳୀନ ସ୍ଵାତୀତାରା ସୂକ୍ଷ୍ମ          ସ୍ନିଗ୍ଧ ଦିପ୍ତିମୟୀ ଚନ୍ଦ୍ରଲୋକ ।।(୧୫)

ଭାନୁର ତାପ ଅତି ନିର୍ଦୟ          ଦ୍ୱିପ୍ରହର ହୁଏ ନିର୍ଜନ ନିରସ
ଜନମେଳି ହୁଏ ସନ୍ଧ୍ୟାସମୟ          ମଲ୍ଲି ଚମ୍ପାର ବାସ ଭରେ ସରସ ।।(୧୬)

ଛାତ୍ରଛାତ୍ରୀ ଶିକ୍ଷକବୃନ୍ଦ ଗ୍ରୀଷ୍ମ ଅବକାଶେ          ପିଲାଏ ଉଡିବୁଲାନ୍ତି ଦ୍ଵିତୀୟ ଆକାଶେ
ନ ଆସନ୍ତି କେହି ବିଦ୍ୟାଳୟ ପାଶେ          ପରିସର ସ୍ଥିତି, ଥାଏ ଶୋଚନୀୟ, ଛୁଟିର ପ୍ରକାଶେ ।।(୧୭)

ସୃଷ୍ଟିରଚୟିତା ରଖିଣ ସୃଷ୍ଟିସମ୍ମୁଖେ          ଦୁଇମାସ ଗ୍ରୀଷ୍ମପ୍ରଭାବ ମହତ୍ତ୍ୱ
ନିମିତ୍ତମାତ୍ର ମନୁଷ୍ୟ, ହିମରକ୍ଷଣ          ପ୍ରୟାସ ଦ୍ୱାଚଳିସ ଚନ୍ଦନଯାତ୍ରା ମୁହୂର୍ତ୍ତ ।।(୧୮)

ଚଳଚଞ୍ଚଳ ପ୍ରକୃତି ଅବିରତେ          ବ୍ୟସ୍ତଜୀବନେ ଗ୍ରାମବାସୀ
କ୍ରିଡାନିବୃତ କୁସୁମବାଗ ସୈାରଭେ          ଅବିରାମ କର୍ତ୍ତବ୍ୟନିଷ୍ଠ ଚାଷୀ ।।(୧୯)

ଗତିଶୀଳ ଏକଦିଗମୁଖା          ଖିଲିଖିଲି ହସେ ଅସ୍ଥିର ପବନ
ବୃକ୍ଷାଦି ସାଜି ସ୍ୱର୍ଥାହୀନ ସଖା          ଖେଳ ଖେଳୁଥାଏ ଗହନ ବନ ।।(୨୦)

ନୈସ୍ୱର୍ଗିକ ଲିଜାର ଲାଳସା          ବହୁଦୂୂରୁ ତୀର୍ଥଯାତ୍ରୀ କରିଣ ପୂଜା
ଧାର୍ମିକ ଭକ୍ତିର ବାଧା ଦ୍ଵିବିଧା          ସ୍ଵହୃଦୟେ ଅନୁଭୂତ ହୁଅଇ ସଜ୍ଜା ।।(୨୧)

ଗ୍ରୀଷ୍ମ ନିଦାଘ ନିଦାରୁଣ          ବାସ୍ତବେ ପୃଥିବୀ ଉପକାର
ଦିନ କୁ ଦିନ ବୃକ୍ଷରୋପଣ          ଗଢେ ସବୁଜ ସୃଷ୍ଟି ସମ୍ଭାର ।।(୨୨)

ଚତୁର୍ଦ୍ଦଶୀ ନୃସିଂହ ମହୋତ୍ସବେ          ଦୈତ୍ୟ ହିରଣ୍ୟକଶପୁ ନିଦ୍ଧନ
ପୂର୍ଣ୍ଣିମା ସ୍ନାନଯାତ୍ରା ସମୟେ          ପରେଶ ତ୍ରିମୂର୍ତ୍ତିଙ୍କ ସ୍ୱର୍ଗୀୟ ସ୍ନାନ ।।(୨୩)

ଗ୍ରୀଷ୍ମପ୍ରଭାବ ଅସ୍ତିତ୍ବ ଛୋଟ ନଦୀସ୍ରୋତେ          ଅତଃ ପ୍ରବାହିତ ପାବନ ଗୌତମୀ
ସ୍ୱପ୍ନରାଣୀ ପ୍ରକୃତି ଲିପିକା ପ୍ରେରିତେ          ଘେନି ଆସିଥାଏ ଚଞ୍ଚଳ ମୌସୁମୀ ।।(୨୪)

ସାନଭି ସବିତା ଦେଖାଇ ପ୍ରତିଭା          ଭବାନୀ ଶକ୍ତିର ତାଣ୍ଡବ ନୃତ୍ୟ
ତୃଷାର୍ତ୍ତ ବସୁଧା ସମ୍ବିତ୍ ପିପାସା          ସୁରେନ୍ଦ୍ର ବର୍ଷାରେ ଥାଏ ଦିବ୍ୟଜିତ ।।(୨୫)

ହିରଣ୍ମୟ ମିହିର କିରଣ          ସପ୍ତରଙ୍ଗେ ଇନ୍ଦ୍ରଧନୁ ରଞ୍ଜିତ
ନୀଳାକାଶ ସୌମ୍ୟ ଅଭିଳାଷ          ଗଗନ କାଗଜେ ଛବିହୁଏ ଅଙ୍କିତ ।।(୨୬)

ଦିନକାମ, ଦେହପୀଡା, ବ୍ୟଥିତପ୍ରାଣ          ସ୍ଵଚ୍ଛାକାଶ, ତାରାଜହ୍ନ, ଶୀତଳ ପବନ
ଦୁଃଖିତ ଆତ୍ମହରା ପ୍ରାଣଶୂନ୍ୟ ମନ          ଶୂନ୍ୟତାକୁ ପୂର୍ଣକରେ “ଜଳ ହିଁ ଜୀବନ” ।।(୨୭)

ଶୀତଳଷଷ୍ଠୀ ଗୌରୀଶଙ୍କର ବିବାହ          ଗ୍ରୀଷ୍ମସମାପ୍ତି ସୃଷ୍ଟି ନିୟମ ଆଭାସ
ଷଷ୍ଠତିଥି ଶୁକ୍ଳପକ୍ଷେ ବର୍ଷାଋତୁ ଅଭିଷେକ          ଦେବେଶ ଇନ୍ଦ୍ର କର୍ତ୍ତବ୍ୟନିଷ୍ଠାର ପ୍ରୟାସ ।।(୨୮)

ତାପମାତ୍ରା ବୃଦ୍ଧି ବର୍ଷ କୁ ବର୍ଷ          ସୁମନ୍ତ ମାନବ, ଆଧୁନିକତାମଗ୍ନେ, ବନୋନ୍ମୂଳନ
ଦେବଦତ୍ତ ପ୍ରକୃତି ଦେଖାଇବ ହର୍ଷ          ଅଟେ ଏକ ଚାରା, ଶାନ୍ତିର ଆଶା, ବନୀକରଣ ।।(୨୯)

ଜୀବଜଗତ ଭାବନା ରହେ ସ୍ଵାଭାବିକ          ଗ୍ରୀଷ୍ମ ଦିନ ନିର୍ଦୟ, ନିର୍ମମ, ନିଷ୍ଠୁର
ସୁଚିସ୍ମିତା ପ୍ରକୃତି ସ୍ମିତହାସ୍ୟ ଧାରକ          ଦିବାକର ସକଳ ଶକ୍ତିର ଆଧାର ।।(୩୦)

ଗ୍ରୀଷ୍ମ ମହତ୍ତ୍ଵ ଅତି ମନୋରମା          କବି ମନେ ଆସେ ଅସଂଖ୍ୟ ଭାବନା
କବିତା ରୂପେ କରେ ସଂଯୋଜନା          ସଜାଇ ସର୍ଜନା ରଖେ ସଞ୍ଜନା ।।(୩୧)