ହିରଣ୍ମୟ ବାରିକ୍
ସିମୁଳିଆ, ବାଲେଶ୍ବର

ସମୟ ସମୟ ସମୟ
ସମୟ ପରିଚୟ ଅନୁପମେୟ
ସୂର୍ଯ୍ୟୋଦୟ ଅରୁଣାସ୍ତ ସୂର୍ଯ୍ୟୋଦୟ
ସନାତନ କ୍ଷଣ, ବାତ ଗତି,ପୃଥିବୀ ଘୂର୍ଣନମୟ
ସଂସାର ପୁସ୍ତକେ ମୁଖ୍ୟ ବିଷୟ
ସଦେବ ସଦୁପଯୋଗ କର ଉପଚୟ
ସମୟ ଉପସ୍ଥିତି ଅଟଳୟ
ସନ୍ଦିଗ୍ଧ ପକ୍ଷପାତୀ, ବିଚାରପତି ନ୍ୟାୟ
ସମୟ ସ୍ରୋତରେ ଅଭିନୟ
ସଂବେଗ ଶରୀର ବିଲୟ ।।

ସବଳ କରାଳ ଗତିର ସମୟ
ସୁପ୍ରଥମ ତାଲିକା ସାଜେ ଦ୍ଵିତୀୟ
ସ୍ବାର୍ଥ ବଶୀଭୂତ ମାନବ, ବିବେକ ପାଖେ ହୁଏ ପରାଜୟ
ସୁଚିଶ୍ମିତା ପର୍ଣ୍ଣ ଧରାଭିମୁଖେ ବିନା ଅଭିପ୍ରାୟ
ସଘନ ନୀରଦ ଧରଣୀପାଶେ ହୋଇ ଉପକ୍ଷୟ ।।

ସମୟର ମୃଦୁ ସ୍ପର୍ଶ ଆଣେ ପ୍ରଣୟ
ସମୃଦ୍ଧ କରେ ଫକୀର କୁ ଅମିର,ରଖି ଏକଲୟ
ସ୍ଥୂଳ ବୁଦ୍ଧିସମ୍ପନ୍ନ ପାଏ କାଳିଦାସ ଜ୍ଞାନୀର ଶ୍ରେୟ
ସୁବୀଜରୁ ବୃକ୍ଷ ହୁଏ ବିଶାଳକାୟ
ସନ୍ଧିଚୋର ରତ୍ନାକର ସାଜେ ବାଲ୍ମୀକି,ଅବିଶ୍ଵସନୀୟ
ସୁତରାଂ,ସମୟ ପରିଚୟ ଅପ୍ରମେୟ ।।

ସମୟ ଭୟାବହତା ସାଜିଛି ଆଜି ବଡ଼ ନିର୍ଦୟ
ସଂଚୟ ବାଧା ସାଧନାର ପଥେ କରିଛି,ଏକ,ଅସହାୟ
ସନ୍ଥାନୁବର୍ତ୍ତି ରଖି କର୍ତ୍ତବ୍ୟ ବଜାୟ
ସଦିଚ୍ଛା ବିନ୍ଦୁ ଦିନେ ଉପଲବ୍ଧ ବିଜୟ
ସୁକୃତ୍ୟରେ ଅବିରତେ ଦେଇ ମନ ତନ୍ମୟ
ସଶକ୍ତ ଜୀବାତ୍ମା ହୋଇ, ଆନୟନ ଚିନ୍ମୟ
ସମୟର ସ୍ଥିତି ସଦା ଭିଜା ମୃଣ୍ମୟ
ସମୟ ଅକ୍ଷୟ ଝଲକ, ଶୁଦ୍ଧ ହିରଣ୍ମୟ ।।