ଶାତ୍ଵତୀ ଦାଶ

ମିଠ। ମିଠ। କଥା ଅଟେ ଯାହାର
ଘର କାମେ ସଦା ବୁଡି ରହିଥାଏ
କେବେ ପଡ଼େ ନାହି ତା’ ରବିବାର
ବୋଉ ଯେ ଅଟଇ ନାମ ତାହାର (୧)

ଭାରି ସୁଆଦ ତା’ ହାତ ରାନ୍ଧଣା
ଆହା କି ମଧୁର ପୂଜା ବନ୍ଦନା
ବାରମାସେ ତେର ମାର୍ଜନା କରଇ
ଠାକୁରଙ୍କୁ କରେ ଶୁଭ ଅର୍ଚ୍ଚନା (୨)

ଅମୂଲ୍ଯ ଅଟଇ ‘ବୋଉ’ ଆଦର
ସ୍ଵଭାବ ତା’ର ଯେ କେଡ଼େ ଉଦାର
ତୁଚ୍ଛ କରିଦିଏ ଆମପାଇଁ ସବୁ
କଳି ହେବନି ତା’ ମମତା ଭାର (୩)

ମୁଖମଣ୍ଡଳ ତା’ କମଳ ପରି
ମୋ ଆଖିରେ ସେ’ତ ଆକାଶପରୀ
ଯେତେବେଳେ ପୁଣି ପାଦ ଖସିଯାଏ
ଆମ ହାତ ଟେକି ନିଅଇ ଧରି (୪)

ବୋଉ ହାତ ମୋର ଭାରି କୋମଳ
ମୁଖବାଣୀ ପୁଣି ଅମୃତ ଫଳ
ଜାଣଇ ଯିଏସେ ବୋଉର ମୂଲ
ଚଲାପଥ ତା’ର କୁସୁମିତ ସଦା,
ସବୁ ହେବ ତାର ଶୁଭ ମଙ୍ଗଳ (୫)