Demand of a Child

ଭାଇ ଓ ଭଉଣା ସାଥୀ ସହୋଦର
ତୁମକୁ ରହିଲା ମୋ ଛୋଟ ରାଣଟି
ବଣ-ବଣଜନ୍ତୁ ନଷ୍ଟ କରିବାନି
ରଖିବା ସମସ୍ତେ ଆଜି ପଣଟି (୧)

ଗଛ କାଟିବାରୁ ନିବୃତ୍ତ ହୋଇବା
ପ୍ରବର୍ତ୍ତାଇବା ପୁଣି ଅନ୍ୟମାନଙ୍କୁ
ଜଙ୍ଗଲ ନଷ୍ଟରୁ ସ୍ଵଳ୍ପ ବୃଷ୍ଟିପାତ
ବଞ୍ଚାଇବା ପୁଣି ଜୀବଜନ୍ତୁଙ୍କୁ (୨)

ଦେଶବାସୀଙ୍କର ଭାଳେଣି ପଡିଛି
ଜଳସ୍ତର ଯାଏ ତଳକୁ ତଳ
କିପରି ବଞ୍ଚିବ ଏ ଜୀବଜଗତ
କିଛିଦିନ ପରେ ପଡିବ କାଳ (୩)

ଜଙ୍ଗଲ ଘନତା ହ୍ରାସ ପାଇବାରୁ
ହାତୀ, ବାଘ, ସିଂହ ଅନ୍ୟାନ୍ୟ ଜୀବ
ଖାଦ୍ୟ ଅନ୍ୱେଷଣେ ମାଡି ଆସୁଛନ୍ତି
ଗାଁ ଓ ସହର ଜନ ବୈଭବ (୪)

ଭାଇବନ୍ଧୁ ଆଉ ସଖା ପରିଜନ
ସଭିଙ୍କୁ କରୁଛି ଏତିକି ଅଳି
ପ୍ରତ୍ୟେକ ଗୋଟିଏ ଗଛ ଲଗାଇବା
କେବେ ମୋ କଥାକୁ ନ ଯିବ ଭୁଲି (୫)

ଶ୍ରୀମତୀ ଉଷାରାଣୀ ରଥ,
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ