ଆସିଲି ଚାଲି ଧରା ଧାମକୁ
ସାଙ୍ଗରେ ନେଇ ଆଶା
ଜୀଇଁବି ଜୀବନ କାଳ କାଳକୁ
ଖୁସୀରେ କରିବି ବସା । (୧)

ସମୟ ସାଥୀରେ ବଢିଲା ବୟସ
ବଢ଼ି ଚାଲିଲା ନୂତନ ପରିକଳ୍ପନା
ନୀତି ନୂଆ ନୂଆ ଅଭୀପ୍ସା
ଆଉ ଆକାଙା ଭରା ଯୋଜନା । (୨)

ସତ୍ ସଙ୍କଳ୍ପରେ ସୃଷ୍ଟ ଇତିହାସ
ପଵିତ୍ରତା ଭରା ଦୃଶ୍ୟ ଜୀବନ
ଆନନ୍ଦରେ ଭରା ଅତୁଟ ଉଲ୍ଲାସ
ସ୍ବର୍ଗ ର ସତେକି ନିଛକ ଚିତ୍ରଣ । (୩)

ଆପଣାର ଭରା ସନେହ ସତ୍କାର
ଆମର ଶବ୍ଦରେ ପ୍ରବାହିତ ଜୀବନ
ଆରାଧନା ସଦା ଵିଶ୍ଵ ସୂରୂପର
ନିଃସ୍ୱାର୍ଥ ଚିତ୍ତର ଆତ୍ମ ଦର୍ଶନ । (୪)

ଯୁଗ ପରେ ଯୁଗ ବିତିଲା ଅନେକ
ସୂଛ ଚରିତକୁ ଢାଙ୍କିଲା ପ୍ରଲୋଭନ
ମୁଁ ଓ ମୋର ଅଵାସ୍ତବ ଯଲକ
ସ୍ବାର୍ଥକୁ ସାରଥୀ ମଣିଲା ତକ୍ଷଣ । (୫)

ଆହା! କି ସୃଷ୍ଟି ର ଅବକ୍ଷୟ ଧାରା
କାଳର ସତେକି କରାଳ ପ୍ରକୋପ
ପକୃତିର ସଦା ନିଷ୍ଠୁର ଅସରା
ଗ୍ରୀଷ୍ମପ୍ରବାହ ଅବା ବାତ୍ୟାର ତୋପ । (୬)

ମାନବ ମନରେ ଅଙ୍କା ବଙ୍କା ରେଖା
ଜୀତିବା ପାଇଁ କି ତୀର୍ଯକ ପ୍ରଥା
ଵିନାସର ହୋଲି ସତେ ଅଦେଖା
କୁକର୍ମେ ଦିଅଇ ଅନେକ ବ୍ୟଥା । (୭)

ଦେଖହେ ଜୀବନ ଦୁଃଖରେ ଅସ୍ଥିର
ଖୁସୀ ତ ବାଟ ହୁଡିଲା
ଅଜଣା ଜୀବାଣୁ ଘେରିଲା ସଂସାର
ରୋଗିକି ପଥୀ ନ ମିଳିଲା । (୮)

ତଥାପି ଜୀବନେ ଆଶା ଉଙ୍କି ମାରେ
ଇଙ୍ଗିତ କରେ ସତ୍ ପ୍ରବୃତି
ଶାସ୍ତ୍ର ଉଚ୍ଚାରଣ ପୁଣି ଆଚରଣ କରେ
ମାନବତା ଯାର ଉକ୍ତି । (୯)

ଯୋଗ ପ୍ରଣିଧାନ ସୁଷମ ଆହାର
ସଯମତା ଆଉ ନୀୟମେ ଶକ୍ତ
ଜୀତେନ୍ଦ୍ନ୍ଦ୍ରୀୟ ହୁଏ ସେ ନର
ଆନନ୍ଦେ ସଦା ହୁଏ ଆତଯାତ । (୧୦)

ସର୍ବ ଯୁଗ ଅବା ଅକୁହା ସ୍ଥିତିରେ
ଜୀବନ ଦୀର୍ଘ ସେ ବଞେ
ସୁସ୍ଥ ମସ୍ତିଷ୍କର ନୀରବ ଆବାନହନରେ
ଖୁସୀ ଭରା ପ୍ରାଙ୍ଗଣ ରଚେ । (୧୧)

ଦୀର୍ଘ ସୁସ୍ଥ ଆଉ ଖୁସୀର ଜୀବନ
ପରମପପିତାଙ୍କ ଅସୀମ ଦାନ
ଆତ୍ମ ସ୍କୃତିରେ ହୋଇ ବୀଲୀନ
ଅଧିକାରୀ ହୁଏ ମାନବ ଗଣ । (୧୨)

ବିନୋଦିନୀ ପଣ୍ଡା
କଟକ