
କବି ଘଞ୍ଚ ଜଙ୍ଗଲରେ ଆକର୍ଷିତ ନହୋଇ ସବୁଜିମାର କଥା କହିଛନ୍ତି । ଉତୁରି ପଡିଥିବା ଖିରରେ କାହା ଅନ୍ୟମନସ୍କ ହବାର କଥା ନକହି ସ୍ମୃତି ର କଥା କହିଛନ୍ତି ।
ରାସ୍ତାକଡ଼ ରେ ପରିଚୟହୀନ ଥାଳ ଦେଖି ଗୋଟିଏ ନିଶ୍ୱାସ ରେ କୋଟିଏ ହୃଦଘାତ ର ଯନ୍ତ୍ରଣା ସହ ଲଢେ଼ଇ କରେ ଗୋଟେ ଅସହାୟ ମଣିଷ । ସେମିତି ପର ଦୁଃଖ ରେ ଦୁଖୀ, ପର ଲୁହ ର ସାକ୍ଷୀ ହେଉଥିବା ଅସହାୟ ମଣିଷ କୁ ଯଦି ଦେଖିବେ ତେବେ କେଉଁ କବିକୁ ଭେଟନ୍ତୁ । କବି କେବଳ ଅସହାୟ ହିଁ ହୋଇପାରେ, ଆଉକାହା ଦୁଃଖ ପାଇଁ, ଆଉକାହା କଷ୍ଟ ପାଇଁ ପାଗଳ ଭଳି କାନ୍ଦି ପାରୁଥିବା ଆଖି ହଳକ କେବଳ କବି ର ।
ମୁଁ ଆଜି ସେମିତି ଏକ କବିଙ୍କୁ ଭେଟିଲି ଯିଏ ଲୁହରେ ଜଗନ୍ନାଥ ଙ୍କୁ ଜୀବନ୍ୟାସ ଦବାର ସ୍ପର୍ଦ୍ଧା ରଖୁଛନ୍ତି । କବି ସଞ୍ଜିତ ବଳ, ଘର ଭଦ୍ରକ , କବିତା ସଙ୍କଳନ ର ନାଁ "ଦୁଃଖର ନାଁ ନାଇଁ" । ଏହି ସଂକଳନ ରେ ସମୁଦାୟ ୩୦ ଟି କବିତା ଥିଲା ବେଳେ "ବର୍ଷା" ପୁବ୍ଲିକେସନ ରୁ ଏହା ପ୍ରକାଶିତ ଓ ୧୧୪ ପୃଷ୍ଠା ରେ ପୁସ୍ତକଟି ପୃଷ୍ଠୟୀତ ।
ମୋଟା ମୋଟି ଏହି ସଂକଳନ ଟି ଖୁବ ବିମୋହିତ କରିବ ।
କବି ଘଞ୍ଚ ଜଙ୍ଗଲରେ ଆକର୍ଷିତ ନହୋଇ ସବୁଜିମାର କଥା କହିଛନ୍ତି । ଉତୁରି ପଡିଥିବା ଖିରରେ କାହା ଅନ୍ୟମନସ୍କ ହବାର କଥା ନକହି ସ୍ମୃତି ର କଥା କହିଛନ୍ତି । କବି ଯେତେ ଜୀବନବାଦୀ ସେତେ ମଧ୍ୟ ଜଞ୍ଜାଳପ୍ରିୟ, ଯେତେ କଳ୍ପନାମୟ ସେତେ ମଧ୍ୟ ବାସ୍ତବଧର୍ମୀ ଓ ଯେତେ ପ୍ରେମମୟ ସେତେ ମଧ୍ୟ ବିରହପ୍ରିୟ ।
ଆଉକହିବା ବୋଧେ ଶବ୍ଦ ମାନଙ୍କ ଅପଚୟ, ଆସନ୍ତୁ ତାଙ୍କ କବିତାର ଝଲକ ଦେଖିବା -
"ରାତିର ଅନ୍ଧାର ଆଉ
ଭୋର ଆଲୁଅ ରେ
ଫରକ ଟା କିଛି ନୁହଁ
କେବଳ ରଙ୍ଗରେ ।
.
ଆକାଶ ଓ ପୃଥିବୀ ରେ
ଅଛି ଯେଉଁ ଡୋର
ତା ପାଖେ ରଖିବୁ ମାଆ
ଗୋଟିଏ ଅକ୍ଷର ।
.
ପ୍ରଶ୍ନ ପଛେ ଯାହା ହେଉ
ଉତ୍ତର ଗୋଟିଏ
ଦୁଃଖ ଯାହା ହୋଇଲେ ବି
ଗଭୀର ଅଂଟାଏ ।
ଜୀବନର ଦୋଛକିରେ
ଶୂନ୍ୟତାର ଦୋଳି
ଝୁଲିବାକୁ କେହି ନାହିଁ
ସମସ୍ତେ ଝୁଲାଳି ।
.
ନଇଁବାର ନଥିଲେ ବି
ନଇଁବାକୁ ହବ
ସିଧା ହେଲେ ଇନ୍ଦ୍ରଧନୁ
କି ଶୋଭା ପାଇବ !
କଥା ନକହିଲେ ହସ
ଆଖି ଅସୁନ୍ଦରୀ
ଓଠ ଧାରେ ଛୁପାକଥା
ସବୁ ଠୁ ଚାତୁରୀ ।
କଥା ଯଦି ତୋର
ଚିତ୍ର ପରି ହବ
ଶୁଖିଲା ନଈ ରେ ଡଙ୍ଗା
ଭାସି ଚାଲିଥିବ ।
.
ଜୀବନରେ ହସ
ଆଉ ଲୁହ ଠାରୁ ବଳି
କେହି ଜଣେ ମିତ୍ର ନାହିଁ
ସବୁଠି ପହେଳି ।
ଜଳ ଭଳି ନହେଲେ ବି
ଜଳଛବି ହେବୁ
ପୃଷ୍ଠାଏ ଜୀବନ ମାଆ
କାତ ଧରିଥିବୁ । "
(ପୃଷ୍ଠା-୫୩/ କବିତା- କାତ ଧରିଥିବୁ / ଦୁଃଖର ନାଁ ନାହିଁ)
---
ଆପଣ ମାନେ ବି ପଢନ୍ତୁ, ଅସହାୟ ହେଵା ସବୁଠୁ ବଡ଼ କଷ୍ଟ କାମ, ନହେଲେ ଏତେ ସହଜ ନୁହେଁ ଈଶ୍ୱର ହେଵା ....