ଡିଜିଟାଲ ମାର୍କେଟିଂ କ’ଣ ? ଜାଣନ୍ତୁ ଏହାର ଫାଇଦା

ଡିଜିଟାଲ ମାର୍କେଟିଂ ହେଉଛି କୌଣସି ଜିନିଷ ବା ବସ୍ତୁକୁ ଇଣ୍ଟରନେଟ୍ ମାଧ୍ୟମରେ ବିଜ୍ଞାପିତ କରିବାର ଏକ ସହଜ କୌଶଳ ।

ଆଜିକାଲି ଆମେ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରିବାରେ ଅଭ୍ୟସ୍ତ । ଏବେ ଏହି ସୋସିଆଲ ମିଡିଆ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇଯାଇଛି । ଏକ ଆକଳନରୁ ଜଣାପଡିଛି ଯେ, ୨୦୨୦ ମସିହା ସୁଦ୍ଧା ସାରା ପୃଥିବୀରେ ୪.୫ ବିଲିଅନ୍ ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଆମେ ଏପରି ସମୟରେ ଏବେ ଉପସ୍ଥିତ ହୋଇଛୁ, ଯେଉଁଠାରେ ଆମେ ସୋସିଆଲ ମିଡିଆ ବିନା ଆମ ଜୀବନକୁ  ପରିକଳ୍ପନା ମଧ୍ୟ କରିପାରୁନାହୁଁ । ସେହିପରି କିଛି ଜିନିଷ ବା ବସ୍ତୁ କିଣିବା ପୂର୍ବରୁ ଆମେ ସର୍ବପ୍ରଥମେ ସୋସିଆଲ ମିଡିଆରେ ସର୍ଚ୍ଚ କରୁଛୁ । ଆଜିକାଲି ଅଧିକାଂଶ ଅନ୍‌ଲାଇନ୍‌ରେ ଜିନିଷର ବିଭିନ୍ନ ବିଶେଷତ୍ଵକୁ ତର୍ଜମା କଲାପରେ କିଣିବେ କି ନାହି ସେନେଇ ବିଚାର କରୁଛନ୍ତି । ଏବେ ଅନେକ କମ୍ପାନୀ ନିଜ ବ୍ୟବସାୟକୁ ବଢାଇବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିଛନ୍ତି । ଗତ ଦଶନ୍ଧିରେ ଏଇ ଡିଜିଟାଲ ଟେକ୍ନୋଲୋଜିରେ ଅନେକ ବୃଦ୍ଧି ଘଟିଛି । ଏବେ ସବୁ ଜିନିଷକୁ ଲୋକେ ଅନ୍‌ଲାଇନ୍‌ରେ ଡିଜିଟାଲ ମାର୍କେଟିଂ ମାଧ୍ୟମରେ ତର୍ଜମା କରିପାରୁଛନ୍ତି ।

ଆଗରୁ ବିଜ୍ଞାପନ ଗୁଡିକ ପ୍ରାୟତଃ ପେପର କିମ୍ବା ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ହେଉଥିଲା । ଡିଜିଟାଲ ଟେକ୍ନୋଲୋଜିର ବୃଦ୍ଧି ପରେ ଏବେ ଡିଜିଟାଲ ମିଡିଆ ବହୁତ ଲୋକପ୍ରିୟ ହୋଇଯାଇଛି । ପୂର୍ବାପେକ୍ଷା ଖର୍ଚ୍ଚ କମ୍ ସହିତ ଅତି ସହଜରେ ପ୍ରଚାର ଓ ପ୍ରସାର ହୋଇପାରୁଛି । ଏବେ ଅଧିକରୁ ଅଧିକ ବିଜ୍ଞାପନକୁ ଅନାୟାସରେ ଡିଜିଟାଲ ମିଡିଆ ମାଧ୍ୟମରେ ଦେଖି ପାରୁଛନ୍ତି । 

ତେବେ ଆସନ୍ତୁ ଜାଣିବା ଡିଜିଟାଲ ମାର୍କେଟିଂ କଣ ? ଏହା ହେଉଛି କୌଣସି ଜିନିଷ ବା ବସ୍ତୁକୁ ଇଣ୍ଟରନେଟ୍ ମାଧ୍ୟମରେ ବିଜ୍ଞାପିତ କରିବାର ଏକ ସହଜ କୌଶଳ ।  ଆମେ ସାଧାରଣରେ କହିବାକୁ ଗଲେ ଏହା କୌଣସି ଜିନିଷ ବା ବସ୍ତୁର ଡିଜିଟାଲ ପ୍ରଚାର। ଏହା ଇଣ୍ଟରନେଟ୍ ମାଧ୍ୟମରେ ହୋଇଥାଏ । ଏହା ମାଧ୍ୟମରେ ଗ୍ରାହକମାନଙ୍କ ନିକଟରେ ସହଜରେ ପହଞ୍ଚି ହୁଏ । ଏହି ସବୁ ବିଜ୍ଞାପିତ କରିବାର କୌଶଳ ୧୯୯୭ ମସିହାରୁ ପ୍ରଚଳିତ ହୋଇ ଆସିଛି । ସୋସିଆଲ ମିଡିଆର ପ୍ରାରମ୍ଭିକ ପର୍ଯ୍ୟାୟ ଥିଲା “ମାଇଁ ସ୍ପେସ “ ଯାହା ୨୦୦୩ ମସିହା ବେଳକୁ ବହୁଳ ବ୍ୟବହାର ହେଉଥିଲା । ତେବେ ଏବେ ଡିଜିଟାଲ ମାର୍କେଟିଂ ର ଏକ ପ୍ରମୁଖ ଉତ୍ସ ଭାବେ ଫେସବୁକ, ୟୁଟ୍ଯୁବ, ଇନଷ୍ଟାଗ୍ରାମ, ଟ୍ୱିଟର ଏବଂ ହ୍ଵାଟସଆପ ଆଦି ରହିଛି । ଏହି ସବୁ ଆପ୍ ଜରିଆରେ ଡିଜିଟାଲ ମାର୍କେଟିଂ ଅତି ସହଜରେ ହୋଇପାରୁଛି । ଏବେ ଆସନ୍ତୁ ଜାଣିବା ଡିଜିଟାଲ ମାର୍କେଟିଂର କେତୋଟି ଉପକାର ବିଷୟରେ:

  • ଡିଜିଟାଲ ମାର୍କେଟିଂ ଦ୍ଵାରା ଜଣେ ଗ୍ରାହକ ସିଧାସଳଖ କମ୍ପାନୀ ସହ ଯୋଗାଯୋଗ କରିବାକୁ ସମର୍ଥ ହୋଇଥାଏ ।
  • ଡିଜିଟାଲ ମାର୍କେଟିଂରେ  ଜଣେ ଗ୍ରାହକ ସବୁ ସମୟରେ ଅର୍ଥାତ ଦିନ ହେଉ କି ରାତି ସେ କମ୍ପାନୀ ସହ ଭାବ ବିନିମୟ କରିପାରିଥାଏ ।
  • ସୋସିଆଲ ମିଡିଆ ବ୍ୟବହାର କରି ପୃଥିବୀର ଯେକୌଣସି ସ୍ଥାନକୁ ଡିଜିଟାଲ ମାର୍କେଟିଂ ସେବା ଯୋଗାଇବା ସମ୍ଭବପର ହୋଇଥାଏ ।
  • ଡିଜିଟାଲ ମାର୍କେଟିଂରେ ସୋସିଆଲ ମିଡିଆର ବ୍ୟବହାର କରି ଗ୍ରାହକଙ୍କ ଚାହିଦା ଅନୁଯାୟୀ ସେବା ଯୋଗାଇବାରେ କମ୍ପାନୀ ସମର୍ଥ ହୋଇଥାଏ ।
  • ସେହିପରି ବ୍ୟବସାୟୀମାନେ ନିଜ ନିଜର ବ୍ୟବସାୟର ବିସ୍ତାର ପାଇଁ ବିଭିନ୍ନ ସୋସିଆଲ ମିଡିଆରେ ପଞ୍ଜୀକୃତ ୱେବସାଇଟ୍‌ ବା ମୋବାଇଲ ଆପ୍ ର ବ୍ୟବହାର କରିଥାନ୍ତି ।

ତେବେ ଯେକୌଣସି ବ୍ୟବସାୟୀ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ନିଜର ଲକ୍ଷ୍ୟ ସ୍ଥିର କରିବା ଉଚିତ୍ ।  ସେହିପରି ଏହି ଅନଲାଇନ୍‌ ପ୍ରଚାରରେ ନିଜର ବ୍ରାଣ୍ଡ ତିଆରି କରିବା ଓ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ୍‌ । ବ୍ୟବସାୟରେ ରାତାରାତି ସଫଳତା ମିଳେ ନାହିଁ, ଏଥିପାଇଁ ଦୃଢ ଅଧ୍ୟବସାୟ ଓ ଧୈର୍ଯ୍ୟର ଆବଶ୍ୟକତା ପଡିଥାଏ । ତେବେ ଅନଲାଇନ୍‌ ପ୍ରଚାର ଜରିଆରେ ଆମେ ସହଜରେ ଗ୍ରାହକଙ୍କ ନିକଟରେ ଉପଲବ୍ଧ ହୋଇପାରିଥାଉ । ମାତ୍ର ଏଥିପାଇଁ ଆମକୁ ସେହିପରି ପ୍ରସ୍ତୁତ ହେବାକୁ ପଡିଥାଏ ।

ସେହିପରି ବ୍ୟବସାୟ କରୁଥିବା ବ୍ୟବସାୟୀକୁ ଗ୍ରାହକଙ୍କ ପସନ୍ଦ ଏବଂ ବଜାର ଚାହିଦାକୁ ଭଲ ଭାବେ ପରଖି ନେବା ଉଚିତ୍ ।  ଯଦି ସମ୍ପୃକ୍ତ ବ୍ୟବସାୟୀଙ୍କ ନିୟମିତ ଗ୍ରାହକମାନେ କିଣାକିଣି ପାଇଁ ସୋସିଆଲ ମିଡିଆ ବା ଅନଲାଇନ୍‌ ସାଇଟ୍‌ର ବ୍ୟବହାର କରୁଛନ୍ତି, ତେବେ ବ୍ୟବସାୟୀମାନେ ନିଜର ବ୍ୟବସାୟକୁ ବଢାଇବା ପାଇଁ ଡିଜିଟାଲ୍‌ ମାର୍କେଟିଂର ସହାୟତା ନେବା ଉଚିତ୍‌ ।  ଜଣେ ବ୍ୟବସାୟୀ ନିଜ ବ୍ୟବସାୟକୁ ଡିଜିଟାଲ ମାର୍କେଟିଂ ଜରିଆରେ ନିଜ ସେବା ନିଜ ଗ୍ରାହକଙ୍କ ନିକଟରେ ପହଞ୍ଚାଇ ପାରିବ । ଜଣେ ବ୍ୟବସାୟ ବିନା ଅନ୍‌ଲାଇନରେ ବ୍ୟବସାୟ କରି ଯେତିକି ମୁନାଫା କମାଉଛି, ଯଦି ସେ ନିଜ ବ୍ୟବସାୟକୁ ଅନଲାଇନ୍‌ରେ ଡିଜିଟାଲ ମାର୍କେଟିଂ ମାଧ୍ୟମରେ କରେ ତେବେ ତାର ମୁନାଫା ବହୁଗୁଣିତ ହୋଇଯିବ ଏବଂ ନିଜର ବ୍ରାଣ୍ଡ ଭ୍ୟାଲୁକୁ ମଧ୍ୟ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ପାରିବ ।

ସାମଗ୍ରିକ ଭାବେ କହିବାକୁ ହେଲେ ବର୍ତ୍ତମାନ ସୋସିଆଲ ମିଡିଆ ଆମ ଜୀବନର ଅଭିନ୍ନ ଅଙ୍ଗ ପାଲଟିଛି ଏବଂ ଏହାକୁ ବ୍ୟବହାର କରି ବ୍ୟବସାୟୀମାନେ ନିଜ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବାରେ ସମର୍ଥ ହେଉଛନ୍ତି । ଆଜିର ବ୍ଯବସାୟିକ ଜଗତରେ ଯେକୌଣସି ବ୍ଯବସାୟିକ ପ୍ରତିଷ୍ଠାନ ପାଇଁ ଡିଜିଟାଲ ମାର୍କେଟିଂ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି ।


Leave a comment