କୁଳବୃଦ୍ଧ ମଧୁସୂଦନ ଦାସଙ୍କ - ଜାତି ଇତିହାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର କବିତା ସଂଖ୍ୟା ମାତ୍ର ୮ । ତେବେ ଏହି ଆଠଟି କବିତାରୁ ୬ଟି କବିତା ପ୍ରତ୍ୟେକ ଓଡିଆ ଲାଗି ଜାତିପ୍ରେମର ଶାଶ୍ଵତ ସନ୍ଦେଶ । ଆଜି ଉତ୍କଳ ଦିବସ ଅବସରରର ମଧୁବାବୁ ହିଁ ଆମର ସ୍ମରଣୀୟ କବି ।
ଫଟୋ: ୱିକି କମନ୍ସ

ଜାତି ଇତିହାସ ଜାତିର ନିର୍ଝର

ସଦା ବହେ ତହିଁ ଜାତି ପ୍ରାଣଧାର

ସେ ଧାରରୁ ନୀର ପିଉଛି ଯେ ନର

ନିଶ୍ଚୟ ହେବ ସେ ଜାତି କର୍ମବୀର

କଳ କଳ ରବେ ଛୁଟିଛି ସେ ଧାର

ଅତୀତ କୀରତି ଗାଇ ନିରନ୍ତର

ଭାବୀ କୀରତିର ଉଦୟେ ନାଚୁଛି

ଯଥା ଚନ୍ଦ୍ରୋଦୟେ ନାଚେ ରତ୍ନାକର

ଧାର ମଧ୍ୟେ ବିଜେ ମୋହିନୀ ପ୍ରତିମା

ଦେଖ ଦେଖ ସେହି ଜନନୀ ତୋହର

କାନ ଡେରି ଶୁଣ ମାତା କହୁଛନ୍ତି

ଆସ ଆସ ବତ୍ସ ନୀର ପାନ କର

ଏହି ନୀର ସେବି ବୀର ମୋ ସନ୍ତାନେ

ବୀର ପ୍ରସବିନୀ କ୍ଷୀର ଏହି ନୀର

ଛାଡରେ ଆଳସ୍ୟ ବଢାଅ ସାହସ

ଜାତି ନନ୍ଦିଘୋଷ କର ଅଗ୍ରସର       

Leave a comment