ଜ୍ୟୋତି ନନ୍ଦ

ଶରଣ କୁମାର ଲିମ୍ବାଲେଙ୍କ କେତୋଟି କବିତା
Apr 3, 2021
ପ୍ରସିଦ୍ଧ ମରାଠୀ ଭାଷାର କବି, ଔପନ୍ୟାସିକ ତଥା ଦଳିତ ଚିନ୍ତକ ଡଃ ଶରଣ କୁମାର ଲିମ୍ବାଲେ ଚଳିତ ବର୍ଷ ଅର୍ଥାତ୍ ୨୦୨୦ ପାଇଁ ମର୍ଯ୍ୟଦାଜନକ "ସରସ୍ୱତୀ ସମ୍ମାନ"ର ପ୍ରାପକ । ନବେଦଶକରେ ତାଙ୍କର ଆତ୍ମଜୀବନୀ "ଅକ୍କରମାସୀ" ଏକ କ୍ରାନ୍ତିକାରୀ ରଚନା ଭାବେ ବିବେଚିତ । ତାଙ୍କର ଉପନ୍ୟାସ "ସନାତନ" ପାଇଁ ତାଙ୍କୁ ଚଳିତ ବର୍ଷର ସରସ୍ଵତୀ ସମ୍ମାନ ପ୍ରଦାନ କରାଯାଇଛି । ଶ୍ରୀ ଲିମ୍ବାଲେଙ୍କ କେତୋଟି କବିତାର ଅନୁବାଦ ପ୍ରସ୍ତୁତ କରୁଛନ୍ତି ପ୍ରଖ୍ୟାତ କଥାଶିଳ୍ପୀ ଜ୍ୟୋତି ନନ୍ଦ ।
ନିର୍ବୋଧଙ୍କ ଲାଗି ଏକ ଦିନ, ଏପ୍ରିଲ୍ ମାସର ପ୍ରଥମ ଦିବସ
Apr 1, 2021
ଇତିହାସ ଦୃଷ୍ଟିରୁ ଏପ୍ରିଲ ର ଏଇ ନିର୍ବୋଧ ମାନଙ୍କର ଦିବସର ସୃଷ୍ଟି ପ୍ରାୟତଃ ଫ୍ରାନ୍ସ ରୁ ଆରମ୍ଭ ହୋଇଥିଲା । ଆରମ୍ଭ ସମୟ ଷୋଡଶ ଶତାବ୍ଦୀ ଅର୍ଥାତ୍ ୧୫୦୦ ଖ୍ରୀଷ୍ଟାବ୍ଦ ପରେ । ଯେତେବେଳେ ଫ୍ରାନ୍ସରେ ପରିମାର୍ଜିତ ଗ୍ରେଗୋରିଆନ୍ କାଲେଣ୍ଡର ର ପ୍ରଚଳନ ଆରମ୍ଭ ହୋଇଥିଲା ଠିକ୍ ସେତିକି ବେଳେ ଏଇ ବିଚିତ୍ର ଘଟଣା ଘଟିବାରେ ଲାଗିଥିଲା । ଗ୍ରେଗୋରିଆନ ପାଂଜି ଚାଲିବା ଫଳରେ ନୂଆବର୍ଷ ଟି ମାର୍ଚ୍ଚ ମାସ ପଚିଶ ତାରିଖ ବଦଳରେ ଜାନୁଆରୀ ଏକ ତାରିଖ ହୋଇଗଲା ।
ଅନାମିକାଙ୍କର ଦୁଇଟି କବିତା
Mar 13, 2021
ଅନାମିକା, ହିନ୍ଦୀ ସାହିତ୍ୟର ଅନ୍ୟତମ ପ୍ରଖର କବି । ଚଳିତ ବର୍ଷ ତାଙ୍କୁ ତାଙ୍କର କବିତା ବହି "ଟୋକରି ମେ ଦିଗନ୍ତ'' ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି । ହିନ୍ଦୀ କବିତାରେ ନାରୀତ୍ଵର ଭାବନା ଓ ପ୍ରତିବାଦୀ ସତ୍ତାକୁ ଅଧିକ ଶାଣିତ କରିଥିବା ଏହି ପ୍ରଖ୍ୟାତ କବିଙ୍କର ଦୁଇଟି କବିତାକୁ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ କରିଛନ୍ତି ଜ୍ୟୋତି ନନ୍ଦ ।
ଜର୍ଜ ଲୁଇସ ବୋର୍ହେସ୍; ଆଇନା ଓ ମୁଖା
Mar 4, 2021
"ହଁ ମହାରାଜ", ଚାରଣ କବି କହିଲେ । "ମୁଁ ଓଲାନ୍ । ବାରଟି ଶୀତଋତୁ ମୁଁ ଅଳଙ୍କାର ଶାସ୍ତ୍ର ଚର୍ଚ୍ଚା କରିଛି । ମୁଖସ୍ଥ କରିଛି ପ୍ରକୃତ କବିତାରେ ଗଢି ଉଠିଥିବା ତିନି ଶହ ଷାଠିଏ ଉପାଖ୍ୟାନ । ବୀଣାର ତାରରେ ବାନ୍ଧିଛି ଉଲଷ୍ଟାର୍ ଆଉ ମୁନଷ୍ଟାର୍ ର ଚକ୍ର ଗୁଡିକୁ । ଆମ ଭାଷାରେ ଥିବା ପ୍ରାଚୀନ ଶବ୍ଦ, ଆଉ ଜଟିଳ ରୂପକର ବ୍ୟବହାର କରି ସୂତ୍ରଗୁଡିକୁ ଭଲ ଭାବରେ ସାଧିଛି ।
ସ୍ତ୍ରୀର ପତ୍ର
Feb 22, 2021
ଆଜି କସ୍ତୁରବାଙ୍କ ପୁଣ୍ୟତିଥି । ଆଜି ଦିନରେ ଅର୍ଥାତ୍ ୨୨ ଫେବୃଆରୀ ୧୯୪୪ରେ ତାଙ୍କର ପୁଣେ ସ୍ଥିତ ଆଗା ଖାନ ପ୍ୟାଲେସ୍ ରେ ଗୃହବନ୍ଦୀ ଥିବାବେଳେ ଦେହାବସାନ ଘଟିଥିଲା ।