ଡ॰ କୈଳାସ ଚନ୍ଦ୍ର ଦାଶ

ଓଡିଶାର ଖ୍ୟାତନାମା ଐତିହାସିକ, ପୂର୍ବତନ ଇତିହାସ ପ୍ରାଧ୍ୟାପକ, ବିଜେବି ନଗର, ସି-୩/୨, ଭୁବନେଶ୍ୱର-୧୪
ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଗସ୍ତ, ଏକ ଐତିହାସିକ ବିବରଣୀ
Mar 22, 2021
ଆଜିକୁ ଠିକ୍ ଶହେ ବର୍ଷ ତଳେ, ଆଜିର ଦିନ ଅର୍ଥାତ ୨୩, ମାର୍ଚ୍ଚ, ୧୯୨୧ ରେ ମହାତ୍ମା ଗାନ୍ଧୀ ପ୍ରଥମେ ଓଡ଼ିଶାକୁ ଆସିଥିଲେ । ବାପୁଙ୍କ ପ୍ରଥମ ଗସ୍ତର ସବିଶେଷ ବିବରଣୀ ସେତେବେଳର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ସେହି ସବୁ ସମ୍ବାଦ ଆଧାରରେ ବାପୁଙ୍କ ଗସ୍ତକୁ ନେଇ ଏକ ଐତିହାସିକ ବିବରଣୀ ପ୍ରସ୍ତୁତ କରିଛନ୍ତି ଖ୍ୟାତନାମା ଗବେଷକ ଡ଼. କୈଳାସ ଚନ୍ଦ୍ର ଦାଶ ।
ରେବା ରାୟ ଓ ଓଡିଶାର ପ୍ରଥମ ଆଦର୍ଶ ବାଳିକା ବିଦ୍ୟାଳୟ
Mar 8, 2021
୧୯୦୨ ବେଳକୁ ରେବା ସାହିତ୍ୟ ଜଗତରେ ବେଶ୍‍ ପରିଚିତ ଥିଲେ । ସେହି ସମୟକୁ ସେ ନାରୀ ଶିକ୍ଷା ପ୍ରତି ଦୃଷ୍ଟି ଦେଇଥିଲେ । କଟକରେ କମିସନର୍‍ କେ.ଜି.ଗୁପ୍ତଙ୍କ ପତ୍ନୀ ପ୍ରସନ୍ନତାରାଙ୍କ ନେତୃତ୍ୱରେ ପରିଚାଳିତ ମହିଳା ସମିତିରେ ଯୋଗ ଦେଇ ସେ ଏହାର ସଂପାଦିକା କାର୍ଯ୍ୟ କରିଥିଲେ । ସେହି ସମୟରେ ସେ କେ.ଜି.ଗୁପ୍ତଙ୍କୁ ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ ପାଇଁ ନିବେଦନ କରିଥିଲେ ।
ଓଡିଶାର ପ୍ରଥମ ଶ୍ରମଭିତ୍ତିକ ସମ୍ବାଦପତ୍ର ‘ଶ୍ରମିକ’- ଏକ ଐତିହାସିକ ଆଲୋଚନା
Feb 25, 2021
ସାମ୍ୟବାଦୀ ରାମକୃଷ୍ଣ ପତି ୧୯୪୨ ବେଳକୁ କୃଷକସଭା ପରି ଅନୁଷ୍ଠାନ ସହିତ ନିଜକୁ ଜଡ଼ିତ କରାଇ କମ୍ୟୁନିଷ୍ଟତତ୍ତ୍ୱର ସମ୍ପ୍ରସାରଣ କରାଇଥିଲେ। ସେହି ଚିନ୍ତାଧାରାର ପରିପ୍ରକାଶ ପାଇଁ ୧୯୪୨ ମାର୍ଚ୍ଚ ୬ ତାରିଖରେ ତାଙ୍କ ସମ୍ପାଦନାରେ ଶ୍ରମିକ ସାପ୍ତାହିକ ପ୍ରଥମେ ପ୍ରକାଶ ପାଇଥିଲା ।