କେଦାର ମିଶ୍ର

କବି, ଲେଖକ, ସମ୍ପାଦକ ଏବଂ କଳା ସମାଲୋଚକ
ନବଗୁଞ୍ଜର ଓ ଆଜିର ସମୟ
Apr 8, 2021
ଏ ଲେଖାଟି ଓଡ଼ିଶାର ପ୍ରଖ୍ୟାତ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକ ଲେଖିଥିଲେ, ୧୯୮୧ ମସିହାରେ । "ସମାବେଶ" ପତ୍ରିକାର ସମ୍ପାଦକ ଭାବରେ ସେ ସାହିତ୍ୟ ବ୍ୟତୀତ କଳା ଓ ସଂସ୍କୃତିର ବିଭିନ୍ନ ବିଭାବ ଉପରେ ସଂପାଦକୀୟ ଲେଖୁଥିଲେ । "ନବଗୁଞ୍ଜର" ସେଇ ସମ୍ପାଦକୀୟର ଅଂଶବିଶେଷ । ଓଡିଶାର ପଟ୍ଟଚିତ୍ର ପରମ୍ପରା ଓ ସାରଳା ମହାଭାରତ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ନବଗୁଞ୍ଜର ସ୍ଵରୂପର ଏକ ସମକାଳୀନ ବିଶ୍ଳେଷଣ ଏଇ ଲେଖାରେ ରହିଛି ।
ବିଜୟ ମହାନ୍ତି : ସେ ଥିଲେ, ଅଛନ୍ତି ଓ ରହିବେ
Apr 8, 2021
ବିଜୟ ମହାନ୍ତି ଆମ ସମୟର ସେହି ମହାନାୟକ ଯାହାଙ୍କ ଲାଗି ମୃତ୍ୟୁର କୌଣସି ଭୂମିକା ନାହିଁ। ଗତବର୍ଷ ୨୦, ଜୁଲାଇରେ ସେ ଆମଠୁ ସବୁଦିନ ଲାଗି ବିଦାୟ ନେଲେ। ସୌଭାଗ୍ୟକ୍ରମେ ତାଙ୍କ ଜୀବନର ଭୂମିକା ପ୍ରତିଟି ଓଡିଆ ଲୋକର ଜୀବନରେ ଟିକେ ଟିକେ ବାଣ୍ଟି ହୋଇ ରହିଛି-ବୁଣି ହୋଇ ପଡିଛି। ଆଜି ଯଦି ସେ ବଞ୍ଚିଥାନ୍ତେ ତାହେଲେ, ଆଜି ତାଙ୍କୁ ୭୧ ପୂରି ୭୨ ଚାଲିଥାନ୍ତା।
ମହମୁଦ ଦାରୱିଶଙ୍କ କବିତା - କବିତାରୁ ପଡିଯାଇଥିବା ଘୋଡା
Apr 6, 2021
ମହମୁଦ ଦାରୱିଶ (ମାର୍ଚ୍ଚ ୧୩, ୧୯୪୧ - ଅଗଷ୍ଟ ୯, ୨୦୦୮) ଆରବ ଜଗତର ସବୁଠୁ ଲୋକପ୍ରିୟ କବି । ପାଲେଷ୍ଟାଇନରେ ଜନ୍ମିତ ଏହି କବିଙ୍କର ଜୀବନ ତାଙ୍କ ଦେଶର ରାଜନୈତିକ ଓ ମାନବୀୟ ସଙ୍କଟ ସହ ଓତପ୍ରୋତ ଭାବେ ଜଡିତ । ବିସ୍ଥାପିତ ଓ ଯୁଦ୍ଧଗ୍ରସ୍ତ ମଣିଷର ଭାଗ୍ୟକୁ ନେଇ ସେ ସାରାଜୀବନ କବିତା ଲେଖିଥିଲେ । ସେ ଥିଲେ ଆମ ସମୟର ସବୁଠୁ ଚର୍ଚ୍ଚିତ ପ୍ରେମିକ କବି, ଯାହାଙ୍କର ଜୀବନ ଥିଲା ଏକ କେବେହେଲେ ସରୁନଥିବା ଏକ ଯୁଦ୍ଧକ୍ଷେତ୍ର ।
କବିତା ହେଉଛି ମାନବିକ ଅଭିବ୍ୟକ୍ତିର ସୂକ୍ଷ୍ମତମ ପ୍ରୟୋଗ: ଆଶୁତୋଷ ପରିଡା
Apr 4, 2021
ଆଶୁତୋଷ ପରିଡା, ଓଡିଆ କବିତାର ଏକ ପ୍ରଶାନ୍ତ ପ୍ରତିବାଦୀ ସ୍ଵର । ବିଦ୍ରୋହ ଓ ପ୍ରତିବାଦର ସୂକ୍ଷ୍ମତମ ମାନବୀୟ ଅବବୋଧ ତାଙ୍କ କବିତାର ଆତ୍ମା । ସେ ମାଟି ଓ ମଣିଷର କବି । ସେ ବୃତ୍ତିରେ ବୈଜ୍ଞାନିକ, ହେଲେ ପ୍ରବୃତ୍ତିରେ ଜଣେ ଅଙ୍ଗୀକାରବଦ୍ଧ ଶିଳ୍ପୀ । ଓଡିଆ କବିତାରେ ଜୀବନ ଓ ବିପ୍ଳବର ଏହି ଚିର ପ୍ରଶାନ୍ତ କବିଙ୍କ ସହ କଥାବାର୍ତ୍ତା କରିଛନ୍ତି କେଦାର ମିଶ୍ର ।
ମଙ୍ଗଲେଶ ଡବ୍ରାଲଙ୍କ ତିନୋଟି କବିତା
Mar 31, 2021
ମଙ୍ଗଲେଶ ଡବ୍ରାଲ (୧୬ ମଈ, ୧୯୪୮ - ୨୦ ଡିସେମ୍ବର, ୨୦୨୦), ହିନ୍ଦୀ କବିତାର ଅତ୍ୟନ୍ତ ପ୍ରଭାବଶାଳୀ କବି । ତାଙ୍କ ପ୍ରସିଦ୍ଧ କବିତା ବହି "ପାହାଡ ପର ଲାଲଟେନ"ରୁ ତିନୋଟି କବିତାର ଓଡିଆ ଅନୁବାଦ କରିଛନ୍ତି କେଦାର ମିଶ୍ର ।
କେମିତି ପାଳନ ହୋଇଥିଲା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ଦିବସ !!
Mar 31, 2021
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଥମ ଉତ୍କଳ ଦିବସର ସ୍ମୃତି ଖୋଜିବାକୁ ଆମେ ଚେଷ୍ଟା କରିଛୁ । ବାରିପଦାରୁ ପ୍ରକାଶ ପାଉଥିବା 'ଭଞ୍ଜ ପ୍ରଦୀପ' ପତ୍ରିକାରେ ପ୍ରକାଶିତ ସମ୍ବାଦ ଆଧାରରେ ଆମେ ପ୍ରସ୍ତୁତ କରୁଛୁ ୧୯୩୬, ଏପ୍ରିଲ ୧ ତାରିଖ, ପ୍ରଥମ ଉତ୍କଳ ଦିବସ ପାଳନର ଐତିହାସିକ ଚିତ୍ର ।
କୁଳବୃଦ୍ଧ ମଧୁସୂଦନ ଦାସଙ୍କ - ଜାତି ଇତିହାସ
Mar 31, 2021
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର କବିତା ସଂଖ୍ୟା ମାତ୍ର ୮ । ତେବେ ଏହି ଆଠଟି କବିତାରୁ ୬ଟି କବିତା ପ୍ରତ୍ୟେକ ଓଡିଆ ଲାଗି ଜାତିପ୍ରେମର ଶାଶ୍ଵତ ସନ୍ଦେଶ । ଆଜି ଉତ୍କଳ ଦିବସ ଅବସରରର ମଧୁବାବୁ ହିଁ ଆମର ସ୍ମରଣୀୟ କବି ।
ଫଗୁଣ ପୂର୍ଣ୍ଣିମାର ଆକାଶ ଓ ସମୁଦ୍ର: ଚନ୍ଦ୍ରଭାଗା
Mar 29, 2021
ଫଗୁ ପୂର୍ଣ୍ଣିମାର ଆକାଶ ଓ ସମୁଦ୍ର ମିଶି ଏକ ଚମତ୍କାର ଚିତ୍ର ତିଆରି କରନ୍ତି ଚନ୍ଦ୍ରଭାଗାରେ । ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର ମୂଳରେ ସବୁବେଳେ କବିତା ଇ ମୁଖ୍ୟ ଆକର୍ଷଣ । ଏ ସମୁଦ୍ର ଓ ଆକାଶକୁ ବର୍ଣ୍ଣନା କରିବାକୁ ଶବ୍ଦର କି ଆବଶ୍ୟକତା!!
ଦାରିଙ୍ଗବାଡି, ଶାଳ ଫୁଲର ମହମହକିଆ ବସନ୍ତ
Mar 25, 2021
ସମସ୍ତଙ୍କ ପାଇଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ହେଉଛି, ଶୀତର ସ୍ଵର୍ଗ । ମୋ ଲାଗି ଦାରିଙ୍ଗବାଡି ବସନ୍ତର ଏକ ନିଚ୍ଛକ ଇଲାକା । ଦାରିଙ୍ଗବାଡିର ବସନ୍ତ ସବୁଠୁ ନିଆରା । ପାହାଡ ସବୁ ଏହି ସମୟରେ ଶାଳ ଓ କୁରେଇ ଫୁଲରେ ଭର୍ତ୍ତି । ଶାଳ ଫୁଲର ବାସ୍ନା ଆପଣଙ୍କ ମନରେ ଆଣିବ ଗୋଟିଏ ଅପୂର୍ବ ଉନ୍ମାଦନା ।
ଅସ୍ତାଦ ଦେବୁ ଓ ଜୀବନମଞ୍ଚରେ ଚକାଭଉଁରୀ ଖେଳ
Mar 24, 2021
ଭାରତୀୟ ନୃତ୍ୟକଳାରେ ମଞ୍ଚର ଅବଧାରଣାକୁ ଅସ୍ତାଦ ଦେବୁ ପୂରାପୂରି ଭାଙ୍ଗି ଦେଇଥିଲେ । ତାଙ୍କ ଲାଗି ଆଧୁନିକ ପ୍ରସେନିୟମ ରଙ୍ଗମଞ୍ଚ ଏକ ପ୍ରକାର ବାଧକ ଥିଲା । ଅନେକ ସମୟରେ ସେ ମଞ୍ଚ ବାହାରେ ହିଁ ନିଜର ମଞ୍ଚ ଗଢୁଥିଲେ। ଅସ୍ତାଦ ମଞ୍ଚର କେଉଁ ଦିଗରୁ, କେମିତି ପ୍ରବେଶ କରିବେ, ସେକଥା ଆଦୌ କହିହେବ ନାହିଁ ।