ମିଷ୍ଟର୍ ଦିଲ୍ଲୀପ କୁମାର

ଅଜୟ ପ୍ରଧାନ, ସମକାଳର ଅତ୍ୟନ୍ତ ପ୍ରଭାବଶାଳୀ କବି । ତାଙ୍କ କବିତାରେ ସ୍ଥାନୀୟ ଭାଷା ଓ ସାଧାରଣ ଜୀବନବୋଧର ବିଶ୍ଵବୋଧ ତିଆରି ହୋଇଥାଏ ।

ଫୋନ୍ ଧରିବା ନାହିଁ

ବି କରିବା

ପକ୍ଷୀ ଜନ୍ମରୁ କ'ଣ ଉଦ୍ଧାର ପାଇଗଲାଣି ଦିଲ୍ଲୀପ ସ୍ଵାଇଁ ?


ଏମନ୍ତ ଭାବି ଆମ୍ଭେ ଚଳିଲୁ ଜନକ ନିବାସେ

ପଚାରି ଗୁରୁଙ୍କୁ ପାଇବୁ ଉତ୍ତର ଆଶେ


ର' ବୋଲି ପଦେ କହନ୍ତାକି କିଏ

ଅଟକି ଯାଆନ୍ତି ଫଅଟ୍

ଧରି ପକାନ୍ତା କି ଆଙ୍ଗୁଠି

ଆଉ ବଢ଼ାନ୍ତି ନାହିଁ ପାଦ


ମୁଁ ବିଛୁଆତି ନଂ ଓ୍ଵାନ୍

ବଦମାସ୍ ନଂ ଓ୍ଵାନ୍

ଜିଦିଆ ନଂ ଓ୍ଵାନ୍

ରାଗିଗଲେ କାହାରି ନୁହେଁ

ସଦର ମଫସଲ ମୋର ସମାନ

ମୁଁ ତେଲ ଖାଇବାରେ ନଂ ଓ୍ଵାନ୍

ଭଲ ପାଇବାରେ ନଂ ଓ୍ଵାନ୍

ଅକଥାକୁ କଥା ବନେଇବାରେ ନଂ ଓ୍ଵାନ୍

ଅଥଚ କହିପାରୁନି ଲୋକଟାକୁ ନାଲାଏକ୍

କହିପାରୁନି: ବଦମାସ୍ ! ବେଶି ହେଇଗଲାଣି କି ଠନ୍ ଠନ୍ ?


ଆଜି ପରୀକ୍ଷା ପିଲାଙ୍କର

ଆଜି ପୁଅର ପାଠ ପଢ଼ା ଅନ୍ ଲାଇନରେ

ଆଜି ତିଆରି ଚାଲିଚି ପ୍ରଶ୍ନ ଓ ଉତ୍ତର

ଆଜି ଗାଧୁଆ ଘରେ ଚକଟି ପକେଇଲି ସାପ ଗାଧୁଆ ଘରେ

ଆଜି ମିଟିଂ ଅଛି ଭିତରକନିକାରେ

ଆଜି ଦି ଚାରି ଧାଡ଼ି ନ ଗାରେଇଲେ ନ ଚଳେ

ଆଜି ଭୋଜି, ଆଜି ମାର୍କେଟ, ଆଜି ଚିଲିକାରେ ନୌକା ବିହାର

ଆଜି ଘରମଣିଙ୍କର ଶନି ପୂଜା, ଆଜି ବ୍ୟସ୍ତ ଖୁବ୍‌

କାଲି ଦେଖା ହେଲେ ଚଳିବନି ଆମର ?

ଏଇଆ କହି କହି 'କାଲି' ହଜିଯାଏ ବାଲିରେ

ପର୍ଦ୍ଦା ପଡ଼ିଯାଏ 

ମଞ୍ଚସ୍ଥ ହେବାକୁଥିବା ମହାନ୍ ସାମାଜିକ ନାଟକରେ !


ଏବେ ବି ଜାଣେନି କଣ ଥିଲା କହିବାର

କ'ଣ ଥିଲା ଆଣିବାର

କ'ଣ ଥିଲା, ଦେଖା ହୋଇଥିଲେ, ଦବାର 

ସବୁରେ ଧୁରନ୍ଧର ଦିଲ୍ଲୀପ ଘର କଲାବେଳେ 

କେମିତି ଭୁଲିଗଲା ବାସ୍ତୁ ଶାସ୍ତ୍ର 

ଭୁଲିଗଲା ଧଳା କାଗଜରେ 'ହୃଦୟ' ଲେଖି

ପୋଡ଼ି ଦେଇଥିଲା ଅଗି ପୁନିଅଁରେ

ଭୁଲିଗଲା ମୁଁ ଉଠେଇଥିବା ଫଟୋ ସବୁ

ତା ଗାଁ' ବିଲ ଭିତରେ

ଯେଉଁଠି ଧାନମାନେ ସୁନା କାନଫୁଲ ନାଇ ବସିଥିଲେ 

କାନି ଉଡ଼େଇ ଫରଫର ପବନରେ

ନା ଭାବି ନେଲା ସେ ଏକମାତ୍ର ଦୁହାଁଳିଆ ଗାଈ

ଭଙ୍ଗା ଗୁହାଳ ଭିତରେ !

ନା ସେ ଭାବି ନେଲା କିଛି ନାହିଁ ଲାଭ

କା'କୁ ଖାଲି ମନେ ରଖିବାରେ ?

ଯେଉଁଥିପାଇଁ ବାପା କହିଲେ, ପୁଅ କହେ,

ବାପା ନାହାନ୍ତି ଏବେ ଘରେ !


ଥାଉ ନ ଥାଉ ସେ

ଭୁସ୍ କିନି ମୁଁ ଯିବି ଦିନେ

ହାତ ଚିହ୍ନ ଛାଡ଼ି ଆସିବି ତା ଦାଣ୍ଡ ଦୁଆରେ 

Leave a comment