ରାଜେନ୍ଦ୍ର କିଶୋର ପଣ୍ଡା

ଓଡିଆ କବିତାର ଅନନ୍ୟ ଧାରା ପ୍ରବର୍ତ୍ତକ କବି
ସା
Mar 30, 2021
କବି ରାଜେନ୍ଦ୍ର କିଶୋର ପଣ୍ଡା, ଓଡିଆ କବିତାର ଅନନ୍ୟ ପୁରୁଷ । କବିତାରେ ତାଙ୍କ ଠାଣି ଓ ଚାହାଣୀ ସ୍ଵତନ୍ତ୍ର । ସେ ମହାମୁକ୍ତିର ମନୋରମ ଉଦ୍ଗାତା । ସେ ସିଦ୍ଧ ଓ ଅଘୋରୀ । ସେ ପ୍ରେମିକ ଓ ସନ୍ୟାସୀ । କୌଣସି ବନ୍ଧନୀରେ ସେ ଧରା ଦିଅନ୍ତି ନାହିଁ । ତୀବ୍ର ଜ୍ଵଳନ ଓ ଉଗ୍ର ଶୀତଳତାର ସେ ଏକ ଆଶ୍ଚର୍ଯ୍ୟ ମିଶ୍ରଣ । ଓଡିଆ କବିତାରେ ସେ ଏକ, ଅନନ୍ୟ ଓ ଏକମାତ୍ର ।