Account
ନୃତ୍ୟ
ସ୍ବାସ୍ଥ୍ୟ
ସିନେମା
ସଂସ୍କୃତି
ସାକ୍ଷାତକାର
ସାହିତ୍ୟ ଖବର
ଭ୍ରମଣ
ଭାଷା
ଅନୁବାଦ
ଶିକ୍ଷା
ଇତିହାସରୁ
କ୍ରୀଡା
କବିତା
କଥା
ବିଜ୍ଞାନ ଓ ଗବେଷଣା
ଦୃଷ୍ଟିକୋଣ
ଲୋକକଳା
ପୁସ୍ତକ ସମୀକ୍ଷା
ଚିତ୍ରକଳା
We have moved to our new location: https://www.phytoon.com/odia
ରମା ବୈଦ୍ୟନାଥନଙ୍କ ଅଭିବ୍ୟକ୍ତିରେ ମହାନାୟିକା ରାଧା
ରମାଙ୍କ ନୃତ୍ୟଶୈଳୀରେ ଲାସ୍ୟ ଓ ଲଳିତ ଭାବର ଚମତ୍କାରିତା ଦେଖିବାକୁ ମିଳିଥିଲା । ତାଙ୍କ ଚାଲି, ଭଙ୍ଗୀ, ଛଟା ଓ ଅଭିବ୍ୟକ୍ତିରେ ଗୀତ ଗୋବିନ୍ଦର ମାଧୁରୀ ସ୍ପଷ୍ଟ ଓ ସୁନ୍ଦର ଭାବେ ଫୁଟି ଉଠୁଥିଲା ।
ଶ୍ରୀକାନ୍ତ ପଣ୍ଡା
Mar 20, 2021
Share
Facebook
Twitter
LinkedIn
Pinterest
ରମା ବୈଦ୍ୟନାଥନ, ଏକ ଅଷ୍ଟପଦୀ ପରିବେଷଣ କରୁଥିବା ସମୟରେ
ସମକାଳର ଶାସ୍ତ୍ରୀୟ ନୃତ୍ୟଶୈଳୀ ରେ ଦ୍ରୁତ ତାଳ ଓ ତୀବ୍ର ଗତିର ପ୍ରୟୋଗ ପ୍ରବଳ ମାତ୍ରାରେ ବଢି ଚାଲିଛି । ସେହି ସମୟରେ ରମାଙ୍କ ଧୀର ଓ ଶାନ୍ତ ଅଭିବ୍ୟକ୍ତି ଏକପ୍ରକାର ଦିବ୍ୟ ଅନୁଭବ ବୋଲି କୁହାଯାଇପାରେ ।
ରମା ବୈଦ୍ୟନାଥନ, ଭାରତର ଅନ୍ୟତମ ସାର୍ଥକ ଭରତନାଟ୍ୟମ ନୃତ୍ୟାଙ୍ଗନା । ଶାସ୍ତ୍ରୀୟ ନୃତ୍ୟର ଭାବ ସଂଚାର ଏବଂ ରସ ସଂଚାର କ୍ଷେତ୍ରରେ ରମାଙ୍କର ଏକ ସ୍ଵତନ୍ତ୍ର ପ୍ରଭାବ ରହିଥାଏ ।
ଓଡିଶୀ ନୃତ୍ୟର ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ସ୍ମୃତିରେ ପ୍ରତିଷ୍ଠିତ “ମାହାରୀ ପୁରସ୍କାର” ଗ୍ରହଣ କରିବା ଅବସରରେ ରମା ବୈଦ୍ୟନାଥନ ଗତ ୧୯, ମାର୍ଚ୍ଚ ସନ୍ଧ୍ୟାରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ମଞ୍ଚରେ ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦର ଏକ ଅଷ୍ଟପଦୀ ପରିବେଷଣ କରିଥିଲେ ।
ରମାଙ୍କ ନୃତ୍ୟଶୈଳୀରେ ଲାସ୍ୟ ଓ ଲଳିତ ଭାବର ଚମତ୍କାରିତା ଦେଖିବାକୁ ମିଳିଥିଲା । ତାଙ୍କ ଚାଲି, ଭଙ୍ଗୀ, ଛଟା ଓ ଅଭିବ୍ୟକ୍ତିରେ ଗୀତ ଗୋବିନ୍ଦର ମାଧୁରୀ ସ୍ପଷ୍ଟ ଓ ସୁନ୍ଦର ଭାବେ ଫୁଟି ଉଠୁଥିଲା ।
ସ୍ଥିର ଓ ଧୀର ପଦପାତରେ ସେ ରାଧାଙ୍କର ଅବସ୍ଥାକୁ ଅତି ଚମତ୍କାର ଭାବେ ଉପସ୍ଥାପନ କରିଥିଲେ ।
ରମା ବୈଦ୍ୟନାଥନଙ୍କ ଏହି ପରିବେଷଣର କେତୋଟି ନିର୍ଦ୍ଦିଷ୍ଟ ଭଙ୍ଗୀକୁ ନିଜ କ୍ୟାମେରା ଲେନ୍ସରେ ତୋଳି ଧରିଛନ୍ତି ଯୁବ ଫଟୋଗ୍ରାଫର ଶ୍ରୀକାନ୍ତ ପଣ୍ଡା । ଶ୍ରୀକାନ୍ତ ତାଙ୍କ ଫଟୋଗ୍ରାଫିରେ ରମାଙ୍କ ସୂକ୍ଷ୍ମତମ ଅଭିବ୍ୟକ୍ତି ସବୁକୁ ଧରି ରଖିବାରେ ସଫଳ ହୋଇଛନ୍ତି ।
Leave a comment
Submit