ରମାକାନ୍ତ ସାମନ୍ତରାୟ

ସମ୍ବଲପୁରକୁ ଛବିରେ ଆଙ୍କିଥିବା ଜଣେ ଅଜଣା ଚିତ୍ରଶିଳ୍ପୀ
Apr 7, 2021
ଫଟୋଗ୍ରାଫିର ବ୍ୟବହାର ହେବା ଆଗରୁ ଇଂରେଜ ଓ ଅନ୍ୟ ୟୁରୋପୀୟମାନେ ଭାରତକୁ ଏମିତି ତନ୍ନତନ୍ନ କରି ଡକ୍ୟୁମେଣ୍ଟ କରିଛନ୍ତି । ବିଦେଶୀ ଆଖିରେ ଭାରତ ସେମାନଙ୍କୁ ଅଲଗା ଲାଗିଛି । ସେଇ ଅଲଗା ଦୃଶ୍ୟମାନଙ୍କୁ ଛବିରେ ବାନ୍ଧି ପକାଇବାର ପ୍ରୟାସରୁ କମ୍ପାନୀ ସ୍କୁଲ ଛବିର ଆରମ୍ଭ ହେଇଛି । ମିନିଏଚର ଆଙ୍କୁଥିବା ଭାରତୀୟ ଚିତ୍ରଶିଳ୍ପୀମାନେ ଇଉରୋପୀୟ ସାଜ ସରଞ୍ଜାମ ଓ ଧାରା - ଧାରଣାରେ ବିଦେଶୀଙ୍କ ଦୃଷ୍ଟିକୋଣରୁ ଛବି ସବୁ ଆଙ୍କିଛନ୍ତି ।
ନାର୍ସିସସ, ନିଜକୁ ଭଲପାଇବାର ହିସାବ ନିକାଶ
Mar 31, 2021
ନାର୍ସିସସ୍ ମୃତ୍ୟୁ ପରେ ଶେଷକୁ ଫୁଲକୁ ରୂପାନ୍ତରିତ ହେଇଯାଇଛନ୍ତି । ଓଭିଡ୍ ତାଙ୍କ କବିତାରେ ନାର୍ସିସସଙ୍କୁ ଫୁଲରେ ରୂପାନ୍ତରିତ କରିବା ଆଗରୁ ନାର୍ସିସସ୍ ନିଜକୁ ଅଜାଣତରେ ତାଙ୍କ ପ୍ରେମାସ୍ପଦ ଭାବରେ ରୂପାନ୍ତରିତ କରିସାରିଥିଲେ । ନିଜକୁ ରୂପାନ୍ତରିତ କରିବା ତ କବିକର୍ମ ।
ବଟତଲା ଓ ଭାରତୀୟ ପ୍ରକାଶନର ଆଦିକାଳ
Mar 26, 2021
ସେତେବେଳେ ଗୋଟିଏ ବରଗଛ ତଳେ ଏ ସବୁ ଛପାଛପି କାମ ଖୋଲା ମେଲାରେ ଚାଲୁଥିଲା । ଯାହାକୁ ବଟତଲା କୁହାଯାଉଥିଲା । ବଟତଲା ର ଅର୍ଥ ହେଲା ବରଗଛର ତଳ । ଉତ୍ତର କଲିକତାର ଚିତ୍ତପୁରର ଏମିତି ଏକ ବିଶାଳ ବରଗଛ ତଳେ ଥିବା ଛାପାଖାନା ମାନଙ୍କରେ କେବଳ ବହି ଛପା ଯାଉନଥିଲା । ସେଇଠି କାଠ ବ୍ଲକରେ ଫର୍ଦିକିଆ କାଗଜରେ ଚିତ୍ର ମଧ୍ୟ ଛପା ଯାଉଥିଲା ।
ପୁରୀ ଓ ଗାନ୍ଧୀଙ୍କ ଦୁଇ ମୂର୍ତ୍ତି
Mar 11, 2021
ମ୍ୟୁନିସିପାଲିଟି ଅଫିସ୍ ସାମ୍ନାରେ ମହାତ୍ମା ଗାନ୍ଧୀଙ୍କର ବ୍ରୋଞ୍ଚର ଏକ ଚମତ୍କାର ଆବକ୍ଷ ଥାଏ । (ଏବେବି ସେଇଠି ଅଛି) । ସେଇଟିକୁ ଗଢ଼ିଥିଲେ ଭାରତର ପ୍ରସିଦ୍ଧ ଶିଳ୍ପୀ ଦେବୀ ପ୍ରସାଦ ରାୟ ଚୌଧୁରୀ । ଯଦିଓ ଏ ନେଇ ସେମିତି କିଛି ନିର୍ଭରଯୋଗ୍ୟ ପ୍ରମାଣ ନାହିଁ । ତେବେ ଓଡ଼ିଶାର ବିଖ୍ୟାତ ଶିଳ୍ପୀ ବିପ୍ରଚରଣ ମହାନ୍ତି ଏକଦା ଆବକ୍ଷଟି ଦେବୀ ପ୍ରସାଦଙ୍କର ବୋଲି ସତ୍ୟ ପାଢ଼ୀଙ୍କୁ କହିଥିଲେ ।
ଜନ୍ ଆବ୍ରାହମ୍ ଓ ଭାରତୀୟ ସିନେମା
Mar 1, 2021
ଜନ୍ ଆବ୍ରାହମ୍, ମାଲାୟାଲାମ୍ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ନିର୍ଦ୍ଦେଶକ ଜଣକ ଏକ ପାରମ୍ପରିକ କେରଳୀ ଖ୍ରୀଷ୍ଟିଆନ୍ ପରିବାରରେ ୧୧ ଅଗଷ୍ଟ, ୧୯୩୭ ରେ ଜନ୍ମ ହୋଇଥିଲେ ଓ ୩୧ ମେ, ୧୯୮୭ରେ ମାତ୍ର ୪୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ଜନ୍ ବଞ୍ଚିଥିଲେ ତାଙ୍କୁ ଏବେ ୮୩ ବର୍ଷ ବୟସ ହେଇଥାନ୍ତା ।
ଇତି ଭିନସେଣ୍ଟ୍
Feb 23, 2021
ଆଜି ପୁଣିଥରେ ଭ୍ୟାନ୍ ଗୋଗ୍’ଙ୍କୁ ମନେ ପକେଇବାର କାରଣ ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଆନିମେଟେଡ୍ ଚଳଚ୍ଚିତ୍ର "ଲଭିଙ୍ଗ ଭିନସେଣ୍ଟ୍" ।