ସତ୍ୟ ପଟ୍ଟନାୟକ
ବିଶିଷ୍ଟ କବି, ପ୍ରକାଶକ ଓ ସ୍ତମ୍ଭକାର
ସାର୍ ଡେରିକ୍ ୱାଲ୍କଟ୍; ଜୀବନ ଓ କବିତା
Mar 5, 2021
ବିଂଶ ଶତାବ୍ଦୀରେ ବିଶ୍ୱ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ସାହିତ୍ୟିକ ମାନଙ୍କ ମଧ୍ୟରେ ସେଣ୍ଟ୍ ଲୁସିଆର ବିଶିଷ୍ଟ କବି ତଥା ନାଟ୍ୟକାର, ୧୯୯୨ ର ନୋବେଲ ସାହିତ୍ୟ ପୁରସ୍କାର ବିଜେତା ସାର୍ ଡେରିକ୍ ଆଲ୍ଟନ୍ ୱାଲ୍କଟ୍ ଥିଲେ ଅନ୍ୟତମ ସ୍ପର୍ଦ୍ଧିତ ପ୍ରତିଭା। କାରିବିଆନ୍ ଦ୍ୱୀପପୁଞ୍ଜସ୍ଥିତ ସେଣ୍ଟ୍ ଲୁସିଆ ଦେଶର ରାଜଧାନୀ କାଷ୍ଟ୍ରିଜ୍ ସହରରେ ଜାନୁଆରୀ ୨୩, ୧୯୩୦ ରେ ଜନ୍ମଗ୍ରହଣ କରିଥିଲେ।