ସୁମିତ୍ରା ପାଢ଼ୀ

ମୁରଲୀଧର ଟାଲି ଓ ଓଡିଆ ଜନଜୀବନର ଚିତ୍ରଭାଷା
Apr 9, 2021
ଓଡ଼ିଆ ଜନଜୀବନରେ ଏକ ଚିତ୍ରଭାଷାର ପରମ୍ପରା ସବୁବେଳେ ରହିଥିଲା । ତେବେ ଆଧୁନିକ ଚିତ୍ରକଳାର ପ୍ରଭାବ ପରେ ଓଡ଼ିଶାର ଚିତ୍ରଭାଷା ଜଗତର ଅନ୍ୟାନ୍ୟ ଧାରା ଓ ଶୈଳୀ ସହିତ ସଂଯୁକ୍ତ ହେଲା । ଆଧୁନିକ ଚିତ୍ରକଳାର ଆଦ୍ୟ ପୁରୁଷମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଡକ୍ଟର ମୁରଲୀଧର ଟାଲି । ନିଜ ଚିତ୍ରଶୈଳୀରେ ଓଡ଼ିଶାର ଜନଜୀବନକୁ ନୂଆ ରୂପ ଦେଇଥିବା ଓଡିଆ ଚିତ୍ରକଳାର କିମ୍ବଦନ୍ତୀ ପୁରୁଷ ମୁରଲୀଧର ଟାଲିଙ୍କ ଜୀବନ ଓ କଳାକୁ ନେଇ ଏକ ସ୍ଵତନ୍ତ୍ର ଆଲେଖ୍ୟ ।
ଅସହାୟ ଶୈଶବ
Apr 3, 2021
ସତରେ! ଭାବିଲେ ଦେଖି କେତେ ମହାନ୍ ଆମେମାନେ! ସମ୍ଭାବନା ସବୁକୁ ମାଡ଼ିମକଚି ବିଦାରି ସାରିବା ପରେ କେତେ ଖୁସି ସମସ୍ତେ! ପିଲାଟିକୁ ପୋଷା ମନେଇପାରିବାର ଗର୍ବରେ ନିଶ୍ଚୟ ଫୁଲି ଉଠୁଥିବ ଆମର ଛାତି... ସୁନ୍ଦର କଢ଼ିଟେ ଫୁଟିବା ଆଗରୁ ପୋକ ଲାଗିବା ପାଇଁ ସବୁ ବ୍ୟବସ୍ଥାଗୁଡିକୁ କରିସାରି ଅସନା ଦେଖାଯାଉଛି କହି ଛିଡ଼ାଇ ଫିଙ୍ଗି ଦେଉଥିବା ବେଳେ ନିହାତି ବଡ଼ ମନେ କରୁଥିବା ଆମେ ନିଜକୁ । ନାଁ କ’ଣ କହୁଛନ୍ତି ?
ନୀରଜ ପଟେଲ; ସ୍ଥାପତ୍ୟ ଓ ଚିତ୍ରକଳାର ସମନ୍ଵୟରେ ସହରକୁ ନୂଆ କରି ଚିହ୍ନିବାର ଅଭୀପ୍ସା
Mar 27, 2021
ବିଭିନ୍ନ ଜାଗା ବୁଲିବା, ସେଠିକାର ସ୍ୱତନ୍ତ୍ରତାକୁ ଜାଣିବା ଓ ସାଂସ୍କୃତିକ ବିବିଧତାକୁ ବୁଝି ସେସବୁକୁ ନିଜ କଳାରେ ପରିପ୍ରକାଶ କରିବାରେ ନୀରଜ ସବୁବେଳେ ଆଗ୍ରହୀ । ଜୟପୁର ପରି ସ୍ଥାପତ୍ୟ ଓ ହସ୍ତଶିଳ୍ପରେ ରୁଦ୍ଧିମନ୍ତ ଗୋଟେ ସଂସ୍କୃତିସମ୍ପନ୍ନ ସହରରେ ବଢିଥିବାରୁ ସେସବୁର ପ୍ରଭାବ ମଧ୍ୟ ତାଙ୍କ ଉପରେ ପଡିଛି । ସେଥିଲାଗି ଶିଳ୍ପୀ ଜୀବନ ତାଙ୍କର ସ୍ୱତନ୍ତ୍ର ହୋଇଛି ।
ବିକଳ୍ପ ଶିକ୍ଷାର କେନ୍ଦ୍ର - ଆରୋହୀ
Mar 25, 2021
ଆମେ ହୁଏତ ଏହାକୁ ଗୋଟିଏ ବିଦ୍ୟାଳୟ ବୋଲି କହିବା । କିନ୍ତୁ ସେଠାକାର ସମସ୍ତଙ୍କ ପାଇଁ ସେଇଟା ତାଙ୍କର ଜୀବନ, ତାଙ୍କ ବଞ୍ଚିବାର ଜାଗା, ଶିଖିବାର ଜାଗା, ନିଜକୁ ଚିହ୍ନିବାର ଜାଗା, ଆଗକୁ ଯିବାର ଜାଗା । ତେଣୁ ନାଁ ତା’ର ‘ଆରୋହୀ’ ।
ଉତ୍ସ, ଦଶ ବର୍ଷ ବ୍ୟାପୀ ଏକ ଚିତ୍ର ଅନୁଷ୍ଠାନର ଯାତ୍ରା
Mar 14, 2021
ଉତ୍ସ ଫାଉଣ୍ଡେସନ୍ ଫର୍ କଣ୍ଟେମ୍ପରାରୀ ଆର୍ଟସ୍ ର ଦଶ ବର୍ଷ । ଏଇ ସମୟ ସ୍ରୋତ ଭିତରେ ୫୦୦ରୁ ଅଧିକ ଶିଳ୍ପୀଙ୍କ ସହ କାମ କରିଛି ଉତ୍ସ । ଶିଳ୍ପୀ ବୋଇଲେ କେବଳ ଚିତ୍ରକାର ନୁହେଁ; କଳା କ୍ଷେତ୍ରରେ ବିକଳ୍ପ ପ୍ରୟାସର କେନ୍ଦ୍ର ଭାବରେ ଉତ୍ସ ଏ ଭିତରେ ପ୍ରତିଷ୍ଠିତ କରିସାରିଛି ନିଜକୁ । ସାମିଲ୍ ହୋଇଛନ୍ତି କେତେ ନା କେତେ ଚିତ୍ରଶିଳ୍ପୀ, ଭାସ୍କର କାରିଗର, ଅଭିନେତା, ଲେଖକ ଏବଂ ଚଳଚ୍ଚିତ୍ର ନିର୍ମାତା ।
ଛାଇ ଆଲୁଅର ଖେଳ ଓ ତପନ ମହାରଣାଙ୍କ କଳାକର୍ମ
Mar 8, 2021
ଛାଇ କଣ୍ଢେଇର ପରମ୍ପରା ଭାରତରେ ବେଶ୍ ପୁରୁଣା । ପୁରାତନ ପରମ୍ପରା ଭାବରେ ଭାରତ ଓ ଭାରତ ବାହାରେ ଏହାର ଏବେବି ପ୍ରଚଳନ ଅଛି । ଓଡ଼ିଶାରେ ଆମର ଛାଇ କଣ୍ଢେଇକୁ ରାବଣ ଛାୟା କୁହାଯାଏ । ଯେଉଁଠି ଧଳା କପଡ଼ା ଓ ଆଲୋକର ଉତ୍ସ ମଧ୍ୟରେ ଚମଡ଼ାରେ ତିଆରି କଣ୍ଢେଇକୁ ରଖି ଖେଳା ଯାଏ । ଆଜିର ଯେଉଁ ସିନେମା ଆମେ ଦେଖୁଛନ୍ତି ତାହାର ଆଦି ରୂପ ଏଇ ଛାୟା କଣ୍ଢେଇର ନାଚ । ତପନ ଏପରି ଏକ ବର୍ଷ ବର୍ଷର ପୁରୁଣା ପରମ୍ପରାକୁ ନିଜ ସୃଜନ କର୍ମରେ ବ୍ୟବହାର କରିଛନ୍ତି ।
ଚିତ୍ତ ଭାଇଙ୍କର ବିକଳ୍ପ ପ୍ରୟାସ
Mar 2, 2021
ଚିତ୍ତ ଭାଇଙ୍କର ଆମକୁ ଆମ ସୀମିତ ପରିସୀମାର ଉଦ୍ଧ୍ୱର୍କୁ ଉଠେଇ ଆଣିବାର ଏଇ ପ୍ରୟାସଟି ବାକ୍ସ ବାହାରର କଥାଟିଏ ନିଶ୍ଚୟ । ଏମିତି କେତେ ନା କେତେ କାର୍ଯ୍ୟକ୍ରମ, ଅବସର, ଅନୁଷ୍ଠାନ ସେ କରିଯାଇଛନ୍ତି । କେତେ ନା କେତେ ବହି ଲେଖିଯାଇଛନ୍ତି, ଅନୁବାଦ କରିଯାଇଛନ୍ତି । କିଛି ବି ଗତାନୁଗତିକ ନୁହେଁ, କେଉଁଟା ବି ମେନ୍ ଷ୍ଟ୍ରିମ୍ ବା ମୂଖ୍ୟ ସ୍ରୋତର କଥା ନୁହେଁ । ସବୁକିଛି ବାକ୍ସ ବାହାରର କଥା..ବିକଳ୍ପ ପ୍ରୟାସ ।
ଅଙ୍କା ବଙ୍କା ନଈ
Feb 23, 2021
ଏଇ ଘଟଣାଟି ପରେ ଅନେକ ଅଭିଭାବକ ପିଲାଙ୍କ ମାର୍କ ନ ଖୋଜି ପିଲା କ’ଣ କରିବାକୁ ଭଲ ପାଉଛି ବା କେଉଁଟା ଭଲ କରିପାରୁଛି ପଚାରିବାକୁ ଆରମ୍ଭ କରିଥିଲେ । ପିଲାଙ୍କୁ ସମୟ ଦେବା ଆରମ୍ଭ କରିଥିଲେ । ଜଜମେଣ୍ଟାଲ୍ ନହୋଇ ଶ୍ରୋତା ହେବା ଆରମ୍ଭ କରିଥିଲେ । ଏତିକି କରିବା କଣ ସତରେ ଏତେ କଷ୍ଟ ?