
"ବିଶ୍ୱ ଯକ୍ଷ୍ମା ଦିବସ" ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଶ୍ରୀ ମାନସ କୁମାର ସାହୁ ପୁରୀର ଗୋଲଡେନ୍ ସାଗର ବେଳାଭୂମିରେ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ।
"ବିଶ୍ୱ ଯକ୍ଷ୍ମା ଦିବସ" ର ଏହି ବର୍ଷର ବିଷୟବସ୍ତୁ ହେଉଛି ‘ଦି କ୍ଲକ୍ ଇଜ୍ ଟିକିଙ୍ଗ’ ଅର୍ଥାତ ‘ସମୟ ଗଡ଼ି ଚାଲିଛି’ | ଏବେ ସାରା ବିଶ୍ୱରେ ଯକ୍ଷ୍ମା ଦୂର କରିବା ପାଇଁ ପ୍ରୟାସ କରାଯାଉଛି | ଲକ୍ଷ୍ୟ ହେଉଛି ୨୦୨୫ ସୁଦ୍ଧା ଏହି ପ୍ରୟାସକୁ ସମ୍ପୂର୍ଣ୍ଣ କରିବା | ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ଏହି ବିଷୟବସ୍ତୁ ଉପରେ ଆଧାର କରି ତାଙ୍କର ବାଲୁକା କଳା ପ୍ରସ୍ତୁତ କରିଛନ୍ତି | ସେ ତାଙ୍କର ବାଲୁକା କଳା ମାଧ୍ୟମରେ ଫୁସ୍ପୁସ ଅର୍ଥାତ ‘ଲଙ୍ଗସ୍’ କୁ ଚିତ୍ରଣ କରିଛନ୍ତି ଏବଂ ଦର୍ଶାଇଛନ୍ତି ଯେ ଡାକ୍ତରମାନଙ୍କ ଉଦ୍ୟମ ଦ୍ୱାରା ଧୀରେ ଧୀରେ ସାରା ବିଶ୍ୱରେ ଏକ ଯକ୍ଷ୍ମା ମୁକ୍ତ ସମାଜ ନିର୍ମାଣ କରାଯାଇପାରିବ |